fbpx

ଏସସିବିରେ ଜଣେ ସନ୍ଦିଗ୍ଧ ‘କରୋନା’ ରୋଗୀ ଭର୍ତ୍ତି

କଟକ,୨ ।୨(ଓଡିଶା ଭାସ୍କର): ଚୀନରେ କାୟା ବିସ୍ତାର କରୁଥିବା କରୋନା ଭାଇରସ୍ ସାରା ବିଶ୍ୱରେ ଆତଙ୍କ ଖେଳାଇ ଚାଲିଛି । ଏହାରି ମଧ୍ୟରେ କଟକ ଏସିବି ମେଡିକାଲରେ ଆଉ ଜଣେ ସନ୍ଦିଗ୍ଧ କରୋନା ରୋଗୀ ଭର୍ତ୍ତି ହୋଇଛନ୍ତି । ସନ୍ଦିଗ୍ଧ ବ୍ୟକ୍ତି ଜଣକ ଚୀନର ଉହାନରେ ଅଧ୍ୟୟନ କରୁଥିଲେ । ସେ ଗତ ୧୯ ତାରିଖ ଦିନ ଭାରତ ଫେରିଥିଲେ ବୋଲି ଜଣାପଡିଛି । କାଲି ତାଙ୍କର ରକ୍ତ ଓ ସ୍ୱାବ ପରୀକ୍ଷା ପାଇଁ ପଠାଯିବ । ଏନେଇ ଏସିବି ମେଡିକାଲ କର୍ତ୍ତୁପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି ।

ତେବେ କେରଳରେ ଆଉ ଜଣେ କରୋନା ଭାଇରସରେ ଆକ୍ରାନ୍ତ ରୋଗୀ ଆଜି ଚିହ୍ନଟ ହୋଇଛନ୍ତି । ବ୍ୟକ୍ତି ଜଣକ କେରଳର ଥିବା ବେଳେ ସେ ଗତ ଜାନୁଆରୀ ୨୪ରେ ଚୀନରୁ ଫେରିଥିଲେ । ଆକ୍ରାନ୍ତଙ୍କୁ ଆଇସୋଲେସନ ୱାର୍ଡରେ ରଖାଯାଇଛି । ବର୍ତ୍ତମାନ ସମୟରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ବେଳେ ଏକ ସ୍ୱତନ୍ତ୍ର ଟିମ୍ ତାଙ୍କ ଉପରେ ନଜର ରଖିଛି । ପୂର୍ବରୁ କେରଳରେ ଜଣେ କରୋନା ଆକ୍ରାନ୍ତ ପ୍ରଥମେ ଚିହ୍ନଟ ହୋଇଥିଲେ । ସେ ଚୀନର ଉହାନରେ ଡାକ୍ତରୀ ପାଠ ପଢୁଥିଲେ । କେରଳ ଆସିବା ପରେ ତାଙ୍କ ଗଳାରେ ଇନଫେକ୍ସନ ହୋଇଥିବା ଜଣାପଡିଲା । ପରୀକ୍ଷା ପରେ କରୋନା ଭାଇରସ୍ ହୋଇଥିବା ରିପୋର୍ଟ ଆସିଥିଲା । ତେବେ କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ୩୦୦ରୁ ଅଧିକ ଥିବା ବେଳେ ଏଥିରେ ୧୪,୫୬୨ ଜଣ ଆକ୍ରାନ୍ତ ହୋଇଛନ୍ତି ।

Get real time updates directly on you device, subscribe now.