fbpx

ଚିଲିକାରେ ଡଙ୍ଗାବୁଡି ୧୮ ନିଖୋଜ୍

ବାଲୁଗାଁ,୨ ।୨(ଓଡିଶା ଭାସ୍କର): ଚିଲିକାରେ ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ଡଙ୍ଗା ସମୁଦ୍ରରେ ବୁଡିଯାଇଛି । ଯାତ୍ରୀଙ୍କ ମଧ୍ୟରୁ ୯ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୧୮ ଜଣଙ୍କର ପତ୍ତା ମିଳୁନି । ଓଡ୍ରାଫ ଟିମ୍ ଓ ମତ୍ସଜୀବୀଙ୍କ ଦ୍ୱାରା ତଲାସି କାର୍ଯ୍ୟ ଆରମ୍ଭ ହୋଇଛି । ତେବେ ମା କାଳିଜାଇଙ୍କ ଦର୍ଶନ ସାରି ବଡକୂଳ ଫେରୁଥିବା ବେଳେ ଅଧାବାଟରେ ଡଙ୍ଗାଟି ବୁଡିଥଲା । ୩ଟି ଡଙ୍ଗାରେ କାଳିଜାଇକୁ ଭୋଜି କରିବାକୁ ପ୍ରାୟ ୪୦ ଜଣ ଲୋକ ଯାଇଥିଲେ । କାଳିଜାଇ ପୀଠରୁ ଭୋଜି ସାରି ଘରକୁ ଫେରୁଥିବା ବେଳେ କୂଳରୁ ପ୍ରାୟ ୧୨ କି.ମି ଦୂରରେ ଡଙ୍ଗା ଓଲଟି ଏହି ଅଘଟଣ ଘଟିଥିଲା ।

Get real time updates directly on you device, subscribe now.