fbpx

big breaking: ମହାନଦୀରେ ବୁଡିଲା ଡଙ୍ଗା ; ଜଣେ ମୃତ, ୬ ନିଖୋଜ

ଭୁବନେଶ୍ୱର:ମହାନଦୀରେ ବୁଡିଲା ଡଙ୍ଗା । ଏକ ଯାତ୍ରୀବାହୀ ଡଙ୍ଗା ମହାନଦୀରେ ବୁଡି ଯାଇଛି । ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ଏହି ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ୬ ଜଣ ନିଖୋଜ ଅଛନ୍ତି । ଡଙ୍ଗାରେ ଅନେକ ମହିଳା ଓ ଶିଶୁ ଥିଲେ ।
ଲଖନପୁର ଶରଧାରୁ ବାଞ୍ଜିପାଲିକୁ ଯାଉଥିଲା ଡଙ୍ଗା । ଡଙ୍ଗାରେ ଯାଉଥିଲେ ମୋଟ ୫୦ ଜଣ ଯାତ୍ରୀ । ଡଙ୍ଗା ବୁଡିବା ପରେ ଉଦ୍ଧାର ପାଇଁ ପ୍ରୟାସ ଜାରି ରହିଛି । ଡଙ୍ଗାରେ ପ୍ରାୟ ୪୦ ଜଣଙ୍କୁ ମତ୍ସ୍ୟଜୀବୀ ଉଦ୍ଧାର କରିଛନ୍ତି ।

Get real time updates directly on you device, subscribe now.