fbpx

ରାଜ୍ୟରେ ଦୁଇ ଦିନ କାଳବୈଶାଖୀର ପ୍ରଭାବ: ସୂଚନା ଦେଲା ପାଣିପାଗ ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୧ ଏବଂ ୨୨ ତାରିଖରେ ଓଡିଶାରେ କାଳବୈଶାଖୀର ପ୍ରଭାବ ହେତୁ ଆସନ୍ତା ୨୧ ରୁ ୨୪ ମଧ୍ୟରେ ରାଜ୍ୟର କିଛି ସ୍ଥାନରେ ୨ରୁ ୩ ଡିଗ୍ରୀ ସାମାନ୍ୟ ହ୍ରାସ ପାଇବ । ଏହି ଗ୍ରୀଷ୍ମ ପ୍ରବାହରୁ ରାଜ୍ୟବାସୀ ସାମାନ୍ୟ ନିସ୍ତାର ପାଇବେ ।

ଗତ ସପ୍ତାହରେ ରାଜ୍ୟରେ ଭୀଷଣ ଗରମ ଯୋଗୁଁ ସମସ୍ତ ଜନ ଜୀବନ ଏକ ପ୍ରକାରର ଅସ୍ତବ୍ୟସ୍ତ ହୋଇଯାଇଥିଲା । ରାଜଧାନୀ ଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁଠି ହାହାକାର ପଡିଯାଇଥିଲା । ବର୍ତ୍ତମାନ ସାମାନ୍ୟ କାଳବୈଶାଖୀ ପ୍ରଭାବ ଏହି ଗରମକୁ ଏକପ୍ରକାର ରୋକ୍ ଲଗାଇବ । ଯାହା ଫଳରେ ସାଧାରଣ ଆଶ୍ୱସ୍ତୀ ଲାଭ କରିବେ । କିନ୍ତୁ ପୁଣି ୨୫ ତାରିଖ ବେଳକୁ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ରରୁ ସୂଚନା ମିଳିଛି ।

Get real time updates directly on you device, subscribe now.