fbpx

ସାଥି ଅଭିଯୁକ୍ତଙ୍କୁ ଜେଲରେ ଭେଟିବା ବେଳେ ଧରା ପଡିଲା ଗଂଜେଇ ଚାଲାଣର ମାଷ୍ଟର ମାଇଣ୍ଡ

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ଜେଲକୁ ସାଙ୍ଗକୁ ଭେଚିବାକୁ ଆସିଥିଲେ ହେଲେ ନିଜେ ବନ୍ଧା ହୋଇ ଜେଲ ଚାଲିଗଲେ । ସାଥି ଅଭିଯୁକ୍ତଙ୍କୁ ଜେଲ ରେ ଭେଟିବା ବେଳେ ଧରା ପଡିଲା ଗଂଜେଇ ଚାଲାଣର ମାଷ୍ଟର ମାଇଣ୍ଡ । ୧୧.୨.୨୦୨୪ରେ ଝାରଖଣ୍ଡ ଚାଲାଣ ବେଳେ ୩ କ୍ୱିଣ୍ଟାଲ ଗଂଜେଇ ଧରା ହୋଇଥିଲା । ମାଷ୍ଟର ମାଇଣ୍ଡ ରାହୁଲ ସେଠି ଫେରାର ଥିବା ଜଣା ପଡିଥିଲା । ଗତକାଲି ଜେଲରେ ସାଥି ଅଭିଯୁକ୍ତଙ୍କୁ ଦେଖା କରିବାକୁ ଆସିବା ବେଳେ ମାଡି ବସିଲା ସ୍ପେଶାଲ କ୍ରାଇମ ୟୁନିଟ । ଅଭିଯୁକ୍ତ ଘର ବାଙ୍ଗରିପୋଷି ହେଇଥିବା ବେଳେ ବାଲେଶ୍ୱରରେ ରହୁଥିଲା । ଶିକ୍ଷାଗତ ଯୋଗ୍ୟତା ମ୍ୟାଟ୍ରିକ ଫେଲ ହେଲେ ବି ଗତ ୩ ବର୍ଷ ଭିତରେ ତିଆରି କରିଥିଲା ଗଂଜେଇ ବେପାରର ବଡ଼ ସାମ୍ରାଜ୍ୟ ।

ଦିଲ୍ଲୀ, ବିହାର, ଝାରଖଣ୍ଡ, ପଶ୍ଚିମବଙ୍ଗକୁ ଚିତ୍ରକୋଣ୍ଡା ଅଞ୍ଚଳ ରୁ ଗଂଜେଇ ଚାଲାଣ କରୁଥିଲା । କେଜି ପିଛା ୫ ହଜାର ରେ କିଣି ବଡ଼ ମହାନଗରରେ ୪୦ ହଜାର ରେ ବିକ୍ରି କରୁଥିଲା । ଗଂଜେଇ ଟଙ୍କା ରେ ବିଳାସମୟ ଜୀବନ ଜାପନ କରୁଥିଲା । ଫ୍ଲାଇଟରେ ବୁଲୁଥିଲା ବଡ଼ ବଡ଼ ବାର ପପ ରେ ଟଙ୍କା ଉଡାଉଥିଲା । ମାୟାନଗରୀ ଲିଙ୍କ ନେଇ ଚାଲିଛି ଖୋଳତାଳ । କାରରେ ଅତି ଚାଲାକିର ସହିତ ଦିଲ୍ଲୀକୁ ଚାଲାଣ ହୁଏ ଗଂଜେଇ । ଅଭିଯୁକ୍ତର ମୋବାଇଲରୁ ମିଳିଛି ଗଂଜେଇ ସିଣ୍ଡିକେଟର ଗୁରୁତ୍ୱପୂର୍ଣ୍ଣ ତଥ୍ୟ ।

Get real time updates directly on you device, subscribe now.