fbpx

ଏଭରେଷ୍ଟ ‘ଫିସ୍ କରି’ ମସଲା ଉପରେ ଲାଗିଲା ପ୍ରତିବନ୍ଧ, ସିଙ୍ଗାପୁର ଖାଦ୍ୟ ଏଜେନ୍ସୀ ଆଣିଲା ଏପରି ଅଭିଯୋଗ

ନୂଆଦିଲ୍ଲୀ: ଭାରତର ଚର୍ଚ୍ଚିତ ମସଲା ବ୍ରାଣ୍ଡ ଏଭରେଷ୍ଟର ‘ଫିସ୍ କରୀ ମସଲା’ ଉପରେ ସିଙ୍ଗାପୁରରେ ଲାଗିଲା ପ୍ରତିବନ୍ଧ । ଏପ୍ରିଲ ୧୮ ତାରିଖରେ ଜାରି ଏକ ବୟାନ ଅନୁସାରେ ସିଙ୍ଗାପୁର ଖାଦ୍ୟ ଏଜେନ୍ସୀ ଏଭରେଷ୍ଟର ଫିସ୍ କରୀ ମସଲାକୁ ମାର୍କେଟରୁ ଫେରସ୍ତ ନେବାକୁ ଆଦେଶ ଦେଇଛି । ଅଭିଯୋଗ ଆସିଛି କି ଭାରତରେ ପ୍ରସ୍ତୁତ ହେଉଥିବା ଏହି ମସଲାରେ କୀଟନାଶକ ଏଥିଲିନ୍ ଅକ୍ସାଇଡ୍ ରହିଛି ଯାହା ମାନବର ବ୍ୟବହାର ଲାଗି ଉପଯୁକ୍ତ ନୁହେଁ ।

ଏହି ଅଭିଯୋଗ ପରେ ସିଙ୍ଗାପୁର ଖାଦ୍ୟ ଏଜେନ୍ସୀ ମସଲା ଆମଦାନୀ କରୁଥିବା ଏସପି ମୁଥୈୟା ଆଣ୍ଡ ସନ୍ସକୁ ପ୍ରଡକ୍ଟ ଫେରାଇ ନେବାକୁ ନିର୍ଦ୍ଦେଶ ଦେଇଛି । ଖାଦ୍ୟ ଏଜେନ୍ସୀ ଅନୁଯାୟୀ ଏଥିଲିନ୍ ଅକ୍ସାଇଡର ସେବନ କରିବା ଦ୍ୱାରା ଦୀର୍ଘଦିନ ପରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ଉପୁଜିପାରେ । ଏହା ସହିତ ଯେଉଁମାନେ ମସଲା କିଣିନେଇଛନ୍ତି ସେମାନେ ଏହାକୁ ବ୍ୟବହାର ନ କରିବାକୁ ଖାଦ୍ୟ ଏଜେନ୍ସୀ ଆଡଭାଇଜରୀ ଜାରି କରିଛି । ତେବେ ଏହା ଉପରେ ଏଭରେଷ୍ଟ କମ୍ପାନୀ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ ।

Get real time updates directly on you device, subscribe now.