fbpx

ରାଜ୍ୟର ପ୍ରଥମ ଅଂଶୁଘାତ ମୃତ୍ୟୁ: SRC କାର୍ଯ୍ୟାଳୟ ପକ୍ଷରୁ ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ରାଜ୍ୟବାସୀ ଝଟପଟ ହେଉଛନ୍ତି । ଆଜି ଦ୍ୱିପ୍ରହର ୨.୩୦ ସୁଦ୍ଧା ୪୩.୮ ଡିଗ୍ରୀ ତାପମାତ୍ରା ସହ ଝାରସୁଗୁଡ଼ା ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ଭାବେ ରେକର୍ଡ ହୋଇଛି । ସେହିପରି ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୧.୪ ଡିଗ୍ରୀ, ସମ୍ବଲପୁର ୪୨.୪ ଡଗ୍ରୀ, କେନ୍ଦୁଝର ଓ ଚାନ୍ଦବାଲିରେ ୪୨.୨ ଡିଗ୍ରୀ ରେକର୍ଡ କରାଯାଇଛି ।

ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ରାଜ୍ୟରେ ପ୍ରଥମ ଅଂଶୁଘାତ ଜନିତ ମୃତ୍ୟୁ ହୋଇଛି । ଏନେଇ ଏସଆରସି କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ମୃତକ ଜଣଙ୍କ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ମହେଶପୁର ଅଞ୍ଚଳର ଲକ୍ଷ୍ମୀକାନ୍ତ ସାହୁ । ତାଙ୍କର ୬୨ ବର୍ଷ ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଚଳିତ ମାସ ପ୍ରଥମ ସପ୍ତାହରେ ଅଂଶୁଘାତରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ଆସିଥିଲା । ମାତ୍ର ଶବବ୍ୟବଚ୍ଛେଦ ପରେ ତାହା ଅଂଶୁଘାତଜନିତ ମୃତ୍ୟୁ ନୁହେଁ ବୋଲି ସ୍ପଷ୍ଟ ହୋଇଥିଲା ।

Get real time updates directly on you device, subscribe now.