ଇଂଲିଶ ଚ୍ୟାନେଲରେ ବୁଡ଼ିଲା ଡଙ୍ଗା, ୩୧ ଜଣ ଶରଣାର୍ଥୀ ମୃତ

ନୂଆଦିଲ୍ଲୀ: ବୁଧବାର ଦିନ ଇଂଲିଶ ଚ୍ୟାନେଲ୍ ରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଯାଇଛି । ଶରଣାର୍ଥୀଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଧବାର ଦିନ ଇଂଲିଶ ଚ୍ୟାନେଲରେ ବୁଡ଼ି ଯାଇଛି । ଯାହାଫଳରେ ୩୧ଜଣ ବୁଡ଼ି ସେମାନଙ୍କ ମୃତ୍ୟୁ ହୋଇଯାଇଥିବା ଖବର ଶୁଣିବାକୁ ମିଳିଛି । ଫ୍ରାନ୍ସରୁ ଇଂଲଣ୍ଡ ଯାଉଥିବା ଡଙ୍ଗା ବୁଡ଼ିବା ଫଳରେ ଏହି ଘଟଣା ଘଟିଛି ।

ଫ୍ରାନ୍ସର ଗୃହ ମନ୍ତ୍ରାଳୟ କହିଛନ୍ତି ଯେ, ଏହି ଘଟଣାର ସୂଚନା ମତ୍ସଜୀବୀଙ୍କ ଠାରୁ ମିଳିବା ପରେ ପ୍ରଶାସନ ପଦକ୍ଷେପ ଗ୍ରହଣ କରିଛି । ଫ୍ରାନ୍ସର ଗୃହ ମନ୍ତ୍ରୀ ଗେରାଲ୍ଡ ଡାର୍ମିନିନ୍ କହିଛନ୍ତି ଯେ, ୩୪ ଜଣ ବୁଡ଼ି ପ୍ରାଣ ହରାଇଥିବା କୁହାଯାଉଛି । ପ୍ରଶାସନକୁ ୩୧ ଶବ ମିଳିଛି । ଦୁଇଜଣଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରୁ ଅନ୍ୟ ଜଣେ ଏବେ ବି ନିଖୋଜ ରହିଛି । ଅନ୍ୟପଟେ ମୃତକ ମାନେ କେଉଁ ଦେଶର ତାହା ମଧ୍ୟ ଜଣାପଡ଼ିନାହିଁ ।

ନିଖୋଜ ଥିବା ବ୍ୟକ୍ତିଙ୍କୁ ଖୋଜିବାରେ ଫ୍ରାନ୍ସ ଓ ବ୍ରିଟେନ୍ ମିଶି ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି । ଫ୍ରାନ୍ସର ଗୃହମନ୍ତ୍ରୀ କହିଛନ୍ତି ଯେ, ଏହି ଘଟଣାରେ ସହିତ ସମ୍ବନ୍ଧିତ ଥିବା ଚାରି ଜଣ ସନ୍ଦିଗ୍ଧ ମାନବ ତସ୍କରଙ୍କୁ ଗିରଫ କରାଯାଇଛି ।

Get real time updates directly on you device, subscribe now.

Comments
Loading...