fbpx
BJD SKY
BJD SKY

ଖୁବଶୀଘ୍ର ହ୍ୱାଟସ୍‌ଆପ୍‌ ଆଣୁଛି ଆଉ ଏକ ନୂଆ ଫିଚର, ୟୁଜର୍ସୟୁଜର୍ସଙ୍କୁ ମିଳିବି ଏହି ସବୁ ଫାଇଦା

BJD

ନୂଆଦିଲ୍ଲୀ: ଏବେ ହ୍ୱାଟ୍ସଆପ୍‌ର ବହୁଳ ବ୍ୟବହାର ବ୍ୟଦ୍ଧି ପାଇବାରେ ଲାଗିଛି । ତେଣୁ ଗ୍ରାହକଙ୍କ ରୁଚିଙ୍କୁ ଦୃଷ୍ଟିରେ ରଖି ହ୍ୱାଟସ୍‌ ଆପ୍‌ ଫିଚରରେ କିଛି ନା କିଛି ପରିବର୍ତ୍ତନ ହେଉଥିବା ଦେଖିବାକୁ ମିଳୁଛି । ଏଣିକି ହ୍ୱାଟସ୍‌ଆପ୍‌ ତାର ଆଉ ଗୋଟେ ଫିଚରରେ ଖୁବ ଶୀଘ୍ର ପରିବର୍ତ୍ତନ ଆଣୁଛି । ହ୍ୱାଟସ ଆପ ଉପଭୋକ୍ତା କାହାରିକୁ ମେସେଜ କଲେ ମାତ୍ର ଏକ ଘଣ୍ଟା, ଆଠ ମିନିଟ୍‌ ଏବଂ ଷୋହଳ ସେକେଣ୍ଡ ମଧ୍ୟରେ ତାହାକୁ ଡିଲିଟି କରିବାକୁ ହୋଇଥାଏ । ନହେଲେ ପଠାଇଥିବା ଲୋକଙ୍କ ହ୍ୱାଟସଆପ ଚାଟରୁ ମେସେଜ ଆଉ ଡିଲିଟ ହୋଇନଥାଏ । ଏଣିକି ହ୍ୱାଟସ୍‌ଆପ ୟୁଜର୍ସମାନେ ୭ଦିନ ମଧ୍ୟରେ ପଠାଯାଇଥିବା ମେସେଜ୍‌କୁ ଡିଲିଟ୍‌ କରିବାର ଅପସନ୍‌ ପାଇପାରିବେ । ଅନ୍ୟପଟେ ହ୍ୱାଟ୍ସଆପ୍‌ ଆପ୍‌ ଭାରତୀୟ ୟୁଜର୍ସମାନଙ୍କ ପାଇଁ ଦୁଇଟି ନୂତନ ସୁରକ୍ଷା ଫିଚର୍ସ ଫ୍ଲେଶ୍‌ କଲ୍‌ ଏବଂ ମେସେଜ୍‌ ଲେଭଲ୍‌ ରିପୋର୍ଟିଂ ଜାରି କରିଛି ।

Get real time updates directly on you device, subscribe now.