fbpx

ଗମ୍ଭୀରଙ୍କୁ ମିଳିଲା ISISର ଦ୍ୱିତୀୟ ଧମକପୂର୍ଣ୍ଣ ଇମେଲ୍, କହିଲେ- ‘ଆମେ ତୁମକୁ କାଲି ହିଁ ମାରିବାକୁ ଚାହୁଁଥିଲୁ’

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ସାଂସଦ ଗୌତମ ଗମ୍ଭୀରଙ୍କୁ ବୁଧବାର ଦିନ ଆଇଏସଆଇଏସ୍ ର ଦ୍ୱିତୀୟ ଧମକପୂର୍ଣ୍ଣ ଇମେଲ୍ ପଠାଯାଇଛି । ଇମେଲ୍ ପାଇବା ପରେ ଦିଲ୍ଲୀ ପୋଲିସ୍ ଠାରେ ଗମ୍ଭୀର ଅଭିଯୋଗ କରିଛନ୍ତି । ଗମ୍ଭୀର କହିଛନ୍ତି ଯେ, ତାଙ୍କୁ ଦ୍ୱିତୀୟ ଇମେଲ୍ ଟି “[email protected]” ଆଇଡିରୁ ପଠାଯାଇଛି । ମିଡିଆ ରିପୋର୍ଟ ମୁତାବକ, ଏଥିରେ ଲେଖାଯାଇଛି ଯେ, “ଆମେ ତୁମକୁ ମାରିବାକୁ ଚାହୁଁଛୁ, କିନ୍ତୁ ତୁମେ କାଲି ବଞ୍ଚିଯାଇଥିଲ । ଯଦି ତୁମେ ଓ ତୁମ ପରିବାରକୁ ଭଲ ପାଉଛ ତେବେ ରାଜନୀତି ଓ କାଶ୍ମୀର ପ୍ରସଙ୍ଗ ଠାରୁ ଦୂରେଇ ରୁହ” । ଖାଲି ସେତିକି ନୁହେଁ ଏହି ଇମେଲ୍ ରେ ଗମ୍ଭୀରଙ୍କର ଘର ବାହାରର ଭିଡିଓ ଶୁଟିଂ କରି ପଠାଯାଇଛି ।

ତେବେ ଏହା ପୂର୍ବରୁ ମଧ୍ୟ ମଙ୍ଗଳବାର ଦିନ ରାତି ୯ଟା ୩୨ ମିନିଟ୍ ରେ ଗମ୍ଭୀରଙ୍କ ପାଖକୁ ଆଇଏସଆଇଏସ୍ କାଶ୍ମୀର ପକ୍ଷରୁ ଧମକଭରା ଇମେଲ୍ ପଠାଯାଇଥିଲା । ଦିଲ୍ଲୀ ପୋଲିସଙ୍କ ପାଖରେ ଏନେଇ ଅଭିଯୋଗ କରାଯିବା ପରେ ଗମ୍ଭୀରଙ୍କ ଘର ବାହାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଥିଲା । ଗମ୍ଭୀରଙ୍କ ଅଫିସିଆଇ ଆଇଡିକୁ ଇମେଲ୍ ପଠାଯାଇଥିଲା ଓ ସେଥିରେ ତାଙ୍କୁ ଜୀବନରୁ ମାରିଦେବା ନେଇ ଲେଖାଯାଇଥିଲା ।

ଅଧିକାରୀ ମାନେ କହିଛନ୍ତି ଯେ, ଇ-ମେଲରେ ଲେଖାଯାଇଛି “ଆମେ ତୁମକୁ ଓ ତୁମ ପରିବାରକୁ ମାରିଦେବୁ” । ପୋଲିସର ସ୍ୱଅନ୍ତ୍ର ସେଲ୍ ତରଫରୁ ଗୁଗୁଲକୁ ଏକ ଚିଠି ଲେଖାଯାଇଛି ଯେଉଁଥିରେ ଇମେଲ ଆଇଡି ଅପରେଟରଙ୍କ ସମେତ ଅନ୍ୟ ସମ୍ବନ୍ଧୀୟ ସୂଚନା ଖୋଜି ବାହାର କରିବାକୁ କୁହାଯାଇଛି ।

Get real time updates directly on you device, subscribe now.