fbpx

ନିଷିଦ୍ଧ ହେବ କ୍ରିପ୍ଟୋକରେନ୍ସି , ସଂସଦର ଶୀତ ଅଧିବେଶନରେ ଉପସ୍ଥାପନ ହେବ ବିଲ୍‌

ନୂଆଦିଲ୍ଲୀ: ଦେଶରେ ସବୁ ପ୍ରକାର ଘରୋଇ କ୍ରିପ୍ଟୋକରେନ୍ସିକୁ ନିଷିଦ୍ଧ ଘୋଷଣା କରାଯିବ । ଏଥିାଇଁ ସରକାର ଏକ ସ୍ୱତନ୍ତ୍ର ବିଲ୍‌ ଆଣିବେ ବୋଲି ଜଣାପଡିଛି । ଚଳିତ ମାସ ୨୯ରୁ ଆରମ୍ଭ ହେଉଥିବା ସଂସଦର ଶୀତ ଅଧିବେଶନରେ ଏହି ବିଲ୍‌କୁ ଉପସ୍ଥାପନ କରାଯିବ । ସଂସଦର ଏହି ଅଧିବେଶନରେ ସରକାର ୨୬ଟି ବିଲ୍‌ ଆଣିବାକୁ ଯୋଜନା ରଖିଥିବା ବେଳେ ସେଥିରୁ ଗୋଟିଏ ହେଉଛି କ୍ରିପ୍ଟୋକରେନ୍ସି ସମ୍ପର୍କିତ ବିଲ୍‌ । ଏହାର ନାମ ହେଉଛି ‘ଦି କ୍ରିପ୍ଟୋକରେନ୍ସି ଆଣ୍ଡ୍‌ ରେଗୁଲେସନ୍‌ ଅଫ୍‌ ଅଫିସିଆଲ ଡିଜିଟାଲ୍‌ କରେନ୍ସି ବିଲ୍‌, ୨୦୨୧’ । ଭାରତୀୟ ରିଜର୍ଭ ବ୍ୟାଙ୍କ ଜାରି କରିବାକୁ ଥିବା ନିଜସ୍ୱ ଡିଜିଟାଲ୍‌ ମୁଦ୍ରା ଲାଗି ଏକ ବ୍ୟବସ୍ଥା ବିକଶିତ କରିବାରେ ଏହି ବିଲ୍‌ ସହାୟକ ହେବ । କ୍ରିପ୍ଟୋକରେନ୍ସିକୁ ନିଷିଦ୍ଧ କରିବା ସପକ୍ଷରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ବାରମ୍ବାର ଦାବି କରୁଛନ୍ତି । ୨୦୧୮ରେ କ୍ରିପ୍ଟୋକୁ ନିଷିଦ୍ଧ କରାଯାଇଥିଲା । ମାତ୍ର ୨୦୨୦ରେ ସ୍ରୁିମ୍‌କୋର୍ଟଙ୍କ ହସ୍ତକ୍ଷେପ ପରେ ସେହି କଟକଣା ପ୍ରତ୍ୟାହାର କରାଯାଇଥିଲା । ଏବେ ପର‌୍ୟ୍ୟନ୍ତ କ୍ରିପ୍ଟୋକୁ ଭାରତରେ ଆଇନଗତ ମାନ୍ୟତା ଦିଆଯାଇନାହିଁ ।

Get real time updates directly on you device, subscribe now.