fbpx

ବାଲୁକା କଳା ଉତ୍ସବ ପାଇଁ ପ୍ରସ୍ତୁତ ହେଉଛି ଚନ୍ଦ୍ରଭାଗା ବେଳାଭୂମି, ୩୦ଷ୍ଟଲ ପାଇଁ ଚାଲିଛି କାର୍ଯ୍ୟ

କୋଣାର୍କ (ଭାସ୍କର ନ୍ୟୁଜ): କୋଣାର୍କ ଉତ୍ସବ ଅବସରରେ ଡିସେମ୍ବର ୧ରୁ ୫ତାରିଖ ପର୍ଯ୍ୟନ୍ତ ଚନ୍ଦ୍ରଭାଗା ବେଳାଭୂମିରେ କୋଭିଡ ଗାଇଡଲାଇନ ଅନୁଯାୟୀ ଅନ୍ତର୍ଜାତୀୟ ବାଲୁକା କଳା ଉତ୍ସବ ଅନୁଷ୍ଠିତ ହେବ । ଏଥି ନିମନ୍ତେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଚନ୍ଦ୍ରଭାଗା ବେଳାଭୂମିରେ ୩୦ଟି ଷ୍ଟଲ ପ୍ରସ୍ତୁତି ନିମନ୍ତେ ବାଲି ସଂଗ୍ରହ କାର୍ଯ୍ୟ ଚାଲୁ ରହିଛି ।

ଚଳିତ ବର୍ଷ ବାଲୁକା କଳାରେ ଭାରତର ବିଭିନ୍ନ ସ୍ଥାନରୁ ପୁରୁଷ ଓ ମହିଳା, ଦିବ୍ୟାଂଗ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିବେ । ସକାଳ ୯ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ପ୍ରଦର୍ଶନୀ ଖୋଲା ରହିବ । ବିଭିନ୍ନ ପ୍ରସଂଗରେ ପ୍ରତିଯୋଗୀମାନେ ସେମାନଙ୍କ କଳାକୃତି ପ୍ରଦର୍ଶନ କରିବେ । ମେଳାପଡିଆରେ ଯାନବାହନ ପାର୍କିଂ ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି । ବାଲୁକା କଳା ପ୍ରତିଯୋଗିତାରେ ପ୍ରଥମ ଓ ଦ୍ୱିତୀୟ ପ୍ରତିଯୋଗୀଙ୍କୁ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ପୁରସ୍କୃତ କରାଯିବ ।

Get real time updates directly on you device, subscribe now.