fbpx

ବିନ୍ଦୁ ସାଗରରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର: ପୋଲିସର ଛାନଭିନ୍ ଆରମ୍ଭ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ନିକଟସ୍ଥ ବିନ୍ଦୁ ସାଗରରୁ ଏକ ଅଜଣା ମୃତଦେହ ଉଦ୍ଧାର କରାଯାଇଛି । ମୃତ ମହିଳାଙ୍କ ପରିଚୟ ଏଯାବତ୍ ମିଳି ପାରି ନଥିବା ବେଳେ ଶବ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ଅଣାଯାଇଛି । ମୃତ ମହିଳାଙ୍କ ଶବ ଉଦ୍ଧାର ପରେ ଅନେକ ପ୍ରଶ୍ନ ଉଠିଛି । ତେବେ ଏହା ପ୍ରକୃତରେ ଏକ ଆତ୍ମହତ୍ୟା ନା ହତ୍ୟା ସେ ନେଇ କୌଣସି ସ୍ପଷ୍ଟ ହୋଇପାରିନାହିଁ । ସେପଟେ ମାମଲାକୁ ନେଇ ତଦନ୍ତକାର୍ଯ୍ୟ ଆରମ୍ଭ କରିଛି ଲିଙ୍ଗରାଜ ଥାନା ପୋଲିସ ।

Get real time updates directly on you device, subscribe now.