fbpx

‘ଦୁହେଁ ଦୁହିଁଙ୍କୁ ଚପଲରେ ପିଟିବେ… ଭାଙ୍ଗିଯିବ କର୍ଣ୍ଣାଟକ ସରକାର’: ଦାବି କରୁଛନ୍ତି ବିଜେପି ବିଧାୟକ

AAKASH

ବେଙ୍ଗଲୁରୁ: ଏକ ବିବାଦୀୟ ବୟାନ ଦେଇ ଏବେ ଚର୍ଚ୍ଚାକୁ ଆସିଛନ୍ତି କର୍ଣ୍ଣାଟକର ବିଜେପି ନେତା ତଥା ବିଧାୟକ ବସନଗୌଡା ପାଟିଲ ଯତନାଲ । ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପ-ମୁଖ୍ୟମନ୍ତ୍ରୀଙ୍କୁ ନେଇ ସେ ଏହି ବଡ ବୟାନ ଦେଇଛନ୍ତି । ଏହାସହିତ କର୍ଣ୍ଣାଟକରେ ନବ ନିର୍ବାଚିତ କଂଗ୍ରେସ ସରକାରଙ୍କ ପାର୍ଟିକୁ ନେଇ ମଧ୍ୟ ସେ ଅନେକ କିଛି କଥା କହିଛନ୍ତି । ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଆରମ୍ଭ ହୋଇଛି । ସିଧାସଳଖ ସେ କହିଛନ୍ତି ଯେ, କର୍ଣ୍ଣାଟକରେ କଂଗ୍ରେସ ସରକାର ୫ ବର୍ଷ ପର୍ଯ୍ୟନ୍ତ ଚାଲି ପାରିବ ନାହିଁ ।

ବିଜେପି ବିଧାୟକ କହିଛନ୍ତି ଯେ, କର୍ଣ୍ଣାଟକର କଂଗ୍ରେସ ସରକାର କଦା କଶ୍ଚିତ ୫ ବର୍ଷ ଚାଲିପାରିବ ନାହିଁ । ପାର୍ଟି ଭିତରେ ଅନେକ ଅସନ୍ତୋଷ ଭରି ରହିଛି । ଏହା ଖୁବ ଶୀଘ୍ର ସାମନାକୁ ଆସିଯିବ । ଏହାବ୍ୟତୀତ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଉପ-ମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ଉଭୟଙ୍କ ମଧ୍ୟରେ ଖୁବଶୀଘ୍ର ଲଢେଇ ମଧ୍ୟ ଆରମ୍ଭ ହୋଇଯିବ । ଏମିତି କି ଉଭୟ ନେତା ପରସ୍ପରକୁ ଚପଲରେ ପିଟିବା ଭଳି ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇପାରେ ବୋଲି କହିଛନ୍ତି ବିଜେପି ନେତା । ଏହାପରେ ସେ କହିଛନ୍ତି ଯେ ଶିବକୁମାର ଜୁନ ୨୩ ତାରିଖରେ ପୂର୍ବ ମୁଖ୍ୟମନ୍ତ୍ରୀ ବୋମ୍ମଇଙ୍କ ଘରକୁ ଯାଇଥିଲେ । ତେବେ ଏହା କଂଗ୍ରେସ ନେତୃତ୍ୱକୁ ବ୍ଲାକମେଲ କରିବାର ଏକ ପ୍ରକ୍ରିୟା ବୋଲି କହିଛନ୍ତି । ସେ ସୋନଦିଆ ଗାନ୍ଧୀଙ୍କୁ ଏହି ସୂଚନା ଦେବାକୁ ଚାହୁଁଛନ୍ତି ଯେ, ବୋମ୍ମଇଙ୍କ ସହ ତାଭ୍କର ଘନିଷ୍ଠତା ବୃଦ୍ଧି ହେବାରେ ଲାଗିଛି । ଏଭଳି କହି ହାଇକମାଣ୍ଡକୁ ବ୍ଲାକମେଲ କରିବାକୁ ଚାହୁଁଥିବା ବେଳେ ତାଙ୍କୁ ମୁଖ୍ୟମନ୍ତ୍ରୀ ନ କଲେ ସେ ବୋମ୍ମଇଙ୍କ ସମର୍ଥନ କରିବେ ବୋଲି କହିଛନ୍ତି ବିଧାୟକ ପାଟିଲ ।

ସୂଚନା ଥାଉ କି, କଂଗ୍ରେସ ନେତା ଜୁନ୍ ୨୩ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବୋମ୍ମଇଙ୍କ ଘରକୁ ଯାଇଥିଲେ ଡି.କେ ଶିବକୁମାର । ଉଭୟ ନେତା ପରସ୍ପରଙ୍କୁ ମାଳା ପିନ୍ଧାଇବା ସହ ଆଲୋଚନା ମଧ୍ୟ କରିଛନ୍ତି । ତେବେ ଏ ନେଇ ବୋମ୍ମଇଙ୍କୁ ପୂର୍ବରୁ ସୂଚିତ କରିଥିବା ନେଇ ପ୍ରତିକ୍ରିୟା ଦେଇଛନ୍ତି ବିଧାୟକ ପାଟିଲ । ତେବେ ଶିଷ୍ଟାଚାର ଭେଟ ପାଇଁ ନୁହେଁ, ବରଂ ସୋନିଆ ଏବଂ ହାଇକମାଣ୍ଡଙ୍କୁ ଦେଖାଇବା ପାଇଁ ଚାହୁଁଛନ୍ତି ଡି,କେ ।

Get real time updates directly on you device, subscribe now.