fbpx
BSKY
BJD MS SKY
BJD YOUTH SKY

ଗ୍ଲୋବାଲ୍ କମ୍ପିଟେଟିଭ୍ ଇଣ୍ଡେକ୍ସରେ ଖସିଲା ଭାରତର ସ୍ଥାନ, ଆର୍ଥିକ ପ୍ରଦର୍ଶନ କ୍ଷେତ୍ରରେ ବି ଦୂର୍ବଳ

ନୂଆଦିଲ୍ଲୀ:ଇଣ୍ଟରନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଫର୍ ମ୍ୟାନେଜମେଣ୍ଟ ଡେଭଲପମେଣ୍ଟ(ଆଇଏମଡି) ପକ୍ଷରୁ ୱାର୍ଲ୍ଡ କମ୍ପିଟେଟିଭନେସ୍ ରାଙ୍କିଙ୍ଗ (ବିଶ୍ୱ ପ୍ରତିସ୍ପର୍ଦ୍ଧା ସୂଚକାଙ୍କ) ପ୍ରକାଶ ପାଇଛି । ଏହି ସୂଚୀରେ ସିଙ୍ଗାପୋର ତୃତୀୟ ସ୍ଥାନରୁ ଖସି ଚତୁର୍ଥ ସ୍ଥାନକୁ ଆସିଛି । ସେହିପରି ଭାରତକୁ ମଧ୍ୟ ଏଥର ସୂଚକାଙ୍କରେ ତଳକୁ ଖସିବାକୁ ପଡିଛି । ଭାରତ ଏଥର ୩ଗୋଟି ସ୍ଥାନ ତଳକୁ ଖସି ୪୦ ନମ୍ବରରେ ରହିଛି । ଗତ ବର୍ଷ ଭାରତ ଏହି ସୂଚୀରେ ୩୭ ନମ୍ବରରେ ଥିଲା ।

ଆଇଏମଡି ରିପୋର୍ଟ ଅନୁସାରେ ସରକାରଙ୍କ ଦକ୍ଷତା ଦୃଷ୍ଟିରୁ ଭାରତର ସ୍ଥିତିରେ ସୁଧାର ଆସିଛି । ବିଜନେସ୍ ଦକ୍ଷତା, ଭିତ୍ତିଭୂମି ବିକାଶ, ଆର୍ଥିକ ପ୍ରଗତି କ୍ଷେତ୍ରରେ ଭାରତର ର୍ୟାଙ୍କିଙ୍ଗ ତଳକୁ ଖସିଛି । ଆର୍ଥିକ ପ୍ରଗତି କ୍ଷେତ୍ରରେ ଭାରତ ଗତ ବର୍ଷ ୨୮ ସ୍ଥାନରେ ଥିଲା କିନ୍ତୁ ଏଥର ଭାରତର ସ୍ଥାନ ୩୩ ରହିଛି । ସରକାରଙ୍କ ଦକ୍ଷତା ମାମଲାରେ ଭାରତର ୨୦୨୩ ର୍ୟାଙ୍କିଙ୍ଗ ୪୪ ରହିଛି ଯାହା ଗତ ବର୍ଷ ୪୫ ଥିଲା । ବାଣିଜ୍ୟିକ ଦକ୍ଷତାରେ ଭାରତର ସ୍ଥାନ ୨୮ ରହିଛି ଯାହା ପୂର୍ବ ବର୍ଷ ୨୩ ଥିଲା । ଭିତ୍ତିଭୂମି ଢାଞ୍ଚାଗତ ବିକାଶ କ୍ଷେତ୍ରରେ ଭାରତର ସ୍ଥାନ ୫୨ ରହିଛି ଯାହା ଗତ ବର୍ଷ ୪୯ ଥିଲା ।

ଆଇଏମଡି ପକ୍ଷରୁ ପ୍ରକାଶ ପାଇଥିବା ଏହି ସୂଚୀରେ ବିଶ୍ୱର ୬୪ ପ୍ରମୁଖ ଅର୍ଥନୈତିକ ସମୃଦ୍ଧ ଦେଶ ମଧ୍ୟରୁ ସିଙ୍ଗାପୁର ୪ର୍ଥ ନମ୍ବରରେ ରହିଛି । ଗତ ବର୍ଷ ସିଙ୍ଗାପୁର ତୃତୀୟ ସ୍ଥାନରେ ଥିଲା । ୨୦୧୯ ଓ ୨୦୨୦ରେ ସିଙ୍ଗାପୁର ଏହି ସୂଚୀରେ ପ୍ରଥମ ସ୍ଥାନରେ ଥିଲା । କିନ୍ତୁ ୨୦୨୧ରେ ୫ମ ସ୍ଥାନକୁ ଖସି ଆସିଥିଲା । ଚଳିତ ବର୍ଷ ସୂଚକାଙ୍କରେ ପ୍ରଥମ ତିନି ସ୍ଥାନରେ ଡେନମାର୍କ, ଆର୍ୟଲ୍ୟାଣ୍ଡ, ସୁଇଜରଲ୍ୟାଣ୍ଡ ରହିଛନ୍ତି । ଏହି ସୂଚୀରେ ଆମେରିକା ନବମ ସ୍ଥାନରେ ରହିଛି ଓ ସଂଯୁକ୍ତ ଆରବ ରାଷ୍ଟ୍ର ୧୦ମ ସ୍ଥାନରେ ରହିଛି । କରୋନା ମହାମାରୀ ପରେ ଆର୍ଥିକ ଗତିବିଧି ଦ୍ରୁତତର ହୋଇଛି । ଏହି କାରଣରୁ ଥାଇଲାଣ୍ଡ, ଇଣ୍ଡୋନେସିଆ, ମ୍ୟାଲେସିଆ ପରି ଦେଶର ରାଙ୍କିଙ୍ଗରେ ସୁଧାର ଆସିଛି ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ଆଇଏମଡି ଏକ ସୁଇସ୍ ସଂସ୍ଥା ଯାହା ସୁଇଜରଲ୍ୟାଣ୍ଡରେ ରହିଛି । ପ୍ରଥମେ ୧୯୮୯ରେ ଆଇଏମଡି ବାର୍ଷିକ ବିଶ୍ୱ ପ୍ରତିସ୍ପର୍ଦ୍ଧା ସୂଚକାଙ୍କ ପୁସ୍ତକ ପ୍ରକାଶ କରିଥିଲା । କୌଣସି ଦେଶର ଆର୍ଥିକ ପ୍ରଗତି, ସରକାରଙ୍କ ପ୍ରଭାବଶୀଳତା, ବ୍ୟବସାୟିକ ଦକ୍ଷତା, ଭିତ୍ତିଭୂମି କ୍ଷେତ୍ରରେ ଢାଞ୍ଚାଗତ ବିକାଶକୁ ଆଧାର ରୂପରେ ନେଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଥାଏ ।

Get real time updates directly on you device, subscribe now.