fbpx
BJD SKY
BJD SKY

MS Dhoniଙ୍କ ଭାଇରାଲ ଭିଡିଓ ଦେଖି ଫ୍ୟାନ୍ସ କହିଲେ, ‘ଆମେ ବି ଖେଳିବୁ Candy Crush’: ୩ ଘଣ୍ଟା ମଧ୍ୟରେ ୩୦ ଲକ୍ଷ ଲୋକ କଲେ ଡାଉନଲୋଡ୍

BJD

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ଏମଏସ ଧୋନିଙ୍କ ରହିଛନ୍ତି ଅଗଣିତ ଫ୍ୟାନ୍ସ । ଖେଳାଳୀଙ୍କ ଖେଳିବା ଶୈଳୀ ଓ କୁଲ୍ ବ୍ୟବହାରକୁ ସମସ୍ତେ ବହୁତ ପସନ୍ଦ କରନ୍ତି । ମ୍ୟାଚକୁ ନେଇ ସେ ତ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି, କିନ୍ତୁ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ଧୋନୀ ଫ୍ଲାଇଟରେ ଗେମ୍ ଖେଳୁଥିବା ଦେଖିବାକୁ ମିଳିଛି । ଯେବେ ଫ୍ୟାନ୍ସମାନେ ତାଙ୍କ ଟ୍ୟାବକୁ ଧ୍ୟାନର ସହ ଦେଖିଲେ, ସେବେ ଜାଣିବାକୁ ପାଇଲେ ବି ସେ କ୍ୟାଣ୍ଡି କ୍ରସ ଖେଳୁଛନ୍ତି । ଏହାପରେ ଏହି ଗେମ୍ ସୋସିଆଲ ମିଡିଆରେ ଟ୍ରେଣ୍ଡରେ ଚାଲିବାକୁ ଲାଗିଲା ।

ତେବେ ମାହି ତାଙ୍କ ପତ୍ନୀଙ୍କ ସହ ଏକ ବିମାନରେ ଯାତ୍ରା କରୁଥିଲେ ଓ ସେତିକିବେଳେ ଜଣେ ଏୟାର ହୋଷ୍ଟେସ୍ ତାଙ୍କୁ ଚକୋଲେଟରେ ଭର୍ତ୍ତିର୍ ଏକ ଟ୍ରେ ଅଫର୍ କରିଥିଲେ । ଧୋନି ଏହା ଦେଖି ହସିଥିଲେ ଏବଂ ଗୋଟିଏ ଚକୋଲେଟ୍ ନେଇଥିଲେ । ଏହି ସମୟରେ ଲୋକଙ୍କ ନଜର ତାଙ୍କ ଟ୍ୟାବ୍ ଉପରେ ପଡ଼ିଥିଲା, ଯେଉଁଥିରେ ସେ Candy Crush ଖେଳୁଥିଲେ ।

ପ୍ରଶଂସକମାନେ Candy Crush ଖେଳିବାର ମାହିଙ୍କ ଶୈଳୀକୁ ପସନ୍ଦ କରିବାକୁ ଲାଗିଲେ ଏବଂ ଧୀରେ ଧୀରେ ସୋସିଆଲ ମିଡିଆରେ ଆଲୋଚନା ଆରମ୍ଭ ହେଲା । ଟ୍ୱିଟରରେ ଯେତେବେଳେ Candy Crush ଟ୍ରେଣ୍ଡ କରିବା ଆରମ୍ଭ କଲା, କିଛି ଉପଭୋକ୍ତା କହିଥିଲେ ଯେ ଧୋନି ଖେଳୁଥିବା ଖେଳ Candy Crush ନୁହେଁ ବରଂ Pet Rescue Saga। ଆଉ କେହି କେହି କହିଥିଲେ ଯେ, ‘ଆରେ ବାଃ! ଆମେ ମଧ୍ୟ Candy Crush ଖେଳିବୁ ।’

Candy Crush ଟପ୍ ଟ୍ରେଣ୍ଡ ହେବା ପରେ ମୋବାଇଲ୍ ଆପ୍ ପ୍ରାୟ ୩୦ ଲକ୍ଷ ନୂଆ ୟୁଜର୍ ଯୋଡିଥିଲା । କମ୍ପାନୀ ଦାବି କରିଛି ଯେ, ମାତ୍ର ୩ ଘଣ୍ଟା ମଧ୍ୟରେ ୩୦ ଲକ୍ଷରୁ ଅଧିକ ଲୋକ ଏହି ଆପ୍ ଡାଉନଲୋଡ୍ କରିଛନ୍ତି । ଖେଳର ଟ୍ରେଣ୍ଡ ପାଇଁ କ୍ୟାଣ୍ଡି କ୍ରସର ମାଲିକ ଧୋନିଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

Get real time updates directly on you device, subscribe now.