fbpx
BJD SKY
BJD SKY

ପ୍ରଧାନମନ୍ତ୍ରୀଙ୍କ ଆମେରିକା-ମିସର ଗସ୍ତରୁ ଭାରତକୁ ମିଳିଲା କ’ଣ? ଏହିସବୁ ଚୁକ୍ତି କରିଛନ୍ତି ମୋଦୀ

BJD

ନୂଆଦିଲ୍ଲୀ: ଆମେରିକା ଏବଂ ମିସର ରାଜକୀୟ ଗସ୍ତ ଶେଷ କରି ଭାରତକୁ ଫେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଉଭୟ ଗସ୍ତରେ ବିଦେଶର ରାଷ୍ଟ୍ରମୁଖ୍ୟ ମାନଙ୍କ ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ଅନେକ ଚୁକ୍ତିକୁ ନେଇ ଉଭୟ ଦେଶର ପ୍ରତିନିଧି ପରସ୍ପର ମଧ୍ୟରେ ଦ୍ୱିପାକ୍ଷିକ ବାର୍ତ୍ତା କରିଛନ୍ତି । ବାଣିଜ୍ୟ, ଦୂରସଞ୍ଚାର ଏବଂ ଟେକ୍ନୋଲୋଜି ସିଷ୍ଟମକୁ ବିକାଶ ଦିଗରେ ଆଗେଇ ନେବା ସହିତ ଦେଶକୁ ଆହୁରି ପ୍ରଭାବଶାଳୀ କରିବା ଲକ୍ଷ୍ୟରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ପ୍ରଥମ ରାଜକୀୟ ଗସ୍ତରେ ଆମେରିକାରେ ପହଞ୍ଚି ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି । ବାଇଡେନଙ୍କ ସହ ଉଭୟ ଦେଶ ମଧ୍ୟରେ ବାଣିଜ୍ୟ, ଟେକ୍ନୋଲୋଜି ଟ୍ରାନ୍ସଫର, ସେମିକଣ୍ଡକ୍ଟର ଡିଲ, ୫ଜି ଏବଂ ୬ଜି ଦୂରସଞ୍ଚାର ଓପନ୍ ସୋର୍ସ ଆଧାରିତ ଦୂରସଞ୍ଚାର ନେଟୱାର୍କ, କ୍ୱାଣ୍ଟମ ଏବଂ ଆଡଭାନ୍ସ କମ୍ପ୍ୟୁଟିଙ୍ଗ କ୍ଷେତ୍ରରେ ଜ୍ଞାନକୌଶଳକୁ ବୃଦ୍ଧି କରିବା ଭଳି ବିଭିନ୍ନ ଚୁକ୍ତି ସ୍ୱାକ୍ଷର ହୋଇଛି । ଏହି ଗସ୍ତରେ ଭାରତ-ଆମେରିକା ମଧ୍ୟରେ ସବଠାରୁ ବଡ ପ୍ରସଙ୍ଗ ରକ୍ଷା କ୍ଷେତ୍ରକୁ ନେଇ ଆଲୋଚନା ହୋଇଛି । ଆମେରିକା କମ୍ପାନୀ ଜେନେରାଲ ଇଲେକ୍ଟ୍ରିକ ଏବଂ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ ମଧ୍ୟରେ ବଡ ଚୁକ୍ତି ସ୍ୱାକ୍ଷର ହୋଇଛି । ଏହାଦ୍ୱାରା ରକ୍ଷା କ୍ଷେତ୍ରରେ ବହୁ ପ୍ରତୀକ୍ଷିତ ବିକାଶ ହୋଇପାରିବ । ଏହି ଚୁକ୍ତି ବଳରେ ଆମେରିକାରୁ ସବୁଠାରୁ ଆଧୁନିକ ଜେଟ ଇଞ୍ଜିନ ଟେକ୍ନୋଲୋଜି (ଏଫ-୪୧୪) ଭାରତକୁ ମଧ୍ୟ ମିଳିପାରିବ । ଏହାବ୍ୟତୀତ ଭାରତୀୟ ଶ୍ରମିକଙ୍କ ପାଇଁ ଆମେରିକା ଭିସା ପାଇବା ଏବଂ ଏହାର ନବୀକରଣ କରିବା ଆହୁରି ସହଜ କରିଦେବାକୁ କହିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ । ଏଥଇପାଇଁ ଘରୋଇ ସ୍ତରରେ ପାଇଲଟ କାର୍ଯ୍ୟକ୍ରମ ହେବ ।

ଆମେରିକାର କମ୍ପ୍ୟୁଟର ମେମୋରୀ ଚିପ୍ ନିର୍ମାତା ମାଇକ୍ରୋନ ଟେକ୍ନୋଲୋଜି ଏକ ବଡ ନିବେଶ କରିବାକୁ ଯାଉଛି । ଏହି କମ୍ପାନୀ ଗୁଜୁରାଟରେ ୨.୭୫ ଆରବ ଡଲାର(୨୨,୫୪୦ କୋଟି ଟଙ୍କା) ନିବେଶ ସହ ନିଜର ସେମିକଣ୍ଡକ୍ଟର ଆସେମ୍ବଲି ଏବଂ ପରୀକ୍ଷଣ କାରଖାନା ସୃଷ୍ଟି କରିବ । ଉଭୟ ନେତା ଭାରତରେ ସେମିକଣ୍ଡକ୍ଟର ଶିକ୍ଷା ଏବଂ କାର୍ଯ୍ୟବଳର ବିକାଶରେ ତୀବ୍ରତା ଆଣିବା ପାଇଁ ୬୦,୦୦୦ ଭାରତୀୟ ଯନ୍ତ୍ରୀଙ୍କୁ ଟ୍ରେନିଙ୍ଗ ଦେବାର ଲାମ ରିସର୍ଚ୍ଚ ପ୍ରସ୍ତାବକୁ ସ୍ୱାଗତ କରିଛନ୍ତି ।

ମିସର ଗସ୍ତରୁ ମଧ୍ୟ ମୋଦୀ ଅନେକ କିଛି ଉପହାର ଭାରତ ପାଇଁ ହାସଲ କରିଛନ୍ତି । ଏହି ଗସ୍ତ ସମୟର ରାଷ୍ଟ୍ରପତି ଅବଦେଲ ଫତହ ଅଲ-ସିସିଙ୍କ ସହ ମଧ୍ୟ ବାଣିଜ୍ୟ, ନିବେଶ ଏବଂ ଶକ୍ତି କ୍ଷେତ୍ର ପ୍ରମୁଖ ଉପରେ ଆଲୋଚନା କରିଛନ୍ତି । ରଣନୈତିକ ଚୁକ୍ତିକୁ ଆହୁରି ମଜବୁତ କରିବାର ଉପାୟଗୁଡିକୁ ନେଇ ମଧ୍ୟ ଚର୍ଚ୍ଚା ହୋଇଛି । ଏହି ଗସ୍ତରେ ୪ଟି ମହତ୍ତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷର ହୋଇଛି । ଏହା ବ୍ୟତୀତ କୃଷି କ୍ଷେତ୍ର, ସ୍ମାରକର ସୁରକ୍ଷା ଏବଂ ସଂରକ୍ଷଣକୁ ନେଇ ମଧ୍ୟ ଚୁକ୍ତି ଉପରେ ମୋହର ମାରିଛନ୍ତି ଉଭୟ ଦେଶର ନେତା ।

Get real time updates directly on you device, subscribe now.