fbpx
BSKY SKY
BSKY SKY

ଗୋଟିଏ ଦିନରେ ଦେଶରେ ଗଡିବ ୫ଟି ବନ୍ଦେ ଭାରତ ଟ୍ରେନ୍ , କେଉଁ କେଉଁ ରୁଟ୍ ରେ ଚାଲିବ ଜାଣି ନିଅନ୍ତୁ

BSKY

ନୂଆଦିଲ୍ଲୀ:ମଙ୍ଗଳବାର ଅର୍ଥାତ୍ ୨୭ ଜୁନ୍ ରେ ଦେଶରେ ପ୍ରଥମ ଥର ଲାଗି ଗୋଟିଏ ଦିନରେ ୫ଟି ବନ୍ଦେ ଭାରତ ଟ୍ରେନ୍ ଗଡିବ । ଦେଶର ଅଲଗା ଅଲଗା ସ୍ଥାନରେ ଗଡିବାକୁ ଥିବା ଏହି ୫ ଗୋଟି ଟ୍ରେନକୁ ୧୫ ମିନିଟ୍ରେ ପତାକା ଦେଖାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିବେ । ଏଥିମଧ୍ୟରୁ ଗୋଟିଏ ସ୍ଥାନରେ ପ୍ରଧାନମନ୍ତ୍ରୀ ନିଜେ ଉପସ୍ଥିତ ରହିବା ସହ ଅନ୍ୟ ସ୍ଥାନରେ ସେ ଭର୍ଚୁଆଲି ଏହା କରିବେ ।
ରେଳ ମନ୍ତ୍ରଣାଳୟ ଅନୁସାରେ ୫ଟି ବନ୍ଦେ ଭାରତ ଟ୍ରେନ୍ ମଧ୍ୟରୁ ୨ଟି ମଧ୍ୟପ୍ରଦେଶରେ ଚାଲିବ । ପ୍ରଧାନମନ୍ତ୍ରୀ ଏଠାରେ ସ୍ୱୟଂ ଉପସ୍ଥିତ ରହି ପତାକା ଦେଖାଇବେ । ମଧ୍ୟପ୍ରଦେଶରେ ପୂର୍ବରୁ ଏକ ଟ୍ରେନ୍ ଭୋପାଳରୁ ଦିଲ୍ଲୀ ମଧ୍ୟରେ ଚଳାଚଳ କରୁଛି । ଏହି ଦୁଇ ବନ୍ଦେ ଭାରତକୁ ମିଶାଇ ଏଠାରୁ ଏବେ ୩ଟି ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କରିବ । ଏହି ୫ ବନ୍ଦେ ଭାରତ ଆରମ୍ଭ ହେବା ପରେ ଦେଶରେ ଏବେ ମୋଟ ୨୩ ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କରିବ ।

ଏବେ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ୧୮ ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କରୁଛି । ଯେଉଁ ୩ ରାଜ୍ୟରେ ବନ୍ଦେ ଭାରତ ଚଳାଚଳ କରୁନାହିଁ ସେମାନଙ୍କ ମଧ୍ୟରେ ରହିଛନ୍ତି ଗୋଆ, ଝାରଖଣ୍ଡ ଓ ବିହାର । ପୂର୍ବୋତ୍ତର ରାଜ୍ୟମାନଙ୍କ ମଧ୍ୟରେ ଆସାମକୁ ଛାଡି ବାକି ଅନ୍ୟ ରାଜ୍ୟଗୁଡିକରେ ଟ୍ରାକ୍ର ଇଲେକ୍ଟ୍ରିଫିକେସନ୍ କାମ ସଂପନ୍ନ ହୋଇନାହିଁ । ଏବେ ଯେଉଁ ରୁଟ୍ରେ ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କରିବ ସେଗୁଡିକ ହେଉଛି ଭୋପାଳରୁ ଜବଲପୁର, ଭୋପାଳରୁ ଇନ୍ଦୋର, ରାଞ୍ଚିରୁ ପାଟନା, ବାଙ୍ଗାଲୁର-ହୁବଲି-ଧାରୱାଡ, ଗୋଆରୁ ମୁମ୍ବାଇ ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ଦେଶର ପ୍ରଥମ ବନ୍ଦେ ଭାରତ ଟ୍ରେନ୍ ଦିଲ୍ଲୀରୁ ଭଗବାନ ଶିବଙ୍କ ନଗରୀ କାଶୀ ମଧ୍ୟରେ ଚଳାଚଳ ଆରମ୍ଭ କରିଥିଲା । ଏହି ଟ୍ରେନ୍ ଫେବୃୟାରୀ ୨୦୧୯ରେ ଚଳାଚଳ ଆରମ୍ଭ କରିଥିଲା ।

Get real time updates directly on you device, subscribe now.