fbpx

ଖୁସିରେ ରହିବା ଦ୍ୱାରା ଦୂର ହୋଇଥାଏ ଅନେକ ରୋଗ, ଜାଣନ୍ତୁ କିପରି ରହିବେ ବିନ୍ଦାସ..

ଭୁବନେଶ୍ୱର : ସାଧାରଣତଃ ଆଜିକାଲିର ଖରାପ ଲାଇଫ ଷ୍ଟାଇଲ ଓ ଖାଦ୍ୟ ପେୟରେ ଅନିୟମିତା ପାଇଁ ମଣିଷ ଅନେକ ରୋଗର ଶିକାର ହେଉଛି। ତେବେ ଗୋଟିଏ ସୁସ୍ଥ ଜୀବନ ଅତିବାହିତ କରିବାକୁ ହେଲେ ଆମକୁ ମାନସିକ ସ୍ତରରେ ସୁସ୍ଥ ରହିବା ନିହାତି ଆବଶ୍ୟକ। ଏଥିପାଇଁ ଆମକୁ ଖୁସି ରହିବାକୁ ପଡିବ। ଯଦି ଆପଣ ଖୁସି ରୁହନ୍ତି ତେବେ ଆପଣଙ୍କୁ କୌଣସି ରୋଗ ଛୁଇଁପାରିବ ନାହିଁ । କିନ୍ତୁ ଆଜିକାଲି ଲୋକମାନେ ଅନେକ କାରଣ ପାଇଁ ଖୁସି ରହିପାରୁନାହାନ୍ତି, ଯାହା ଫଳରେ ଏହା ସେମାନଙ୍କର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଉଛି, ସେଥିଲାଗି ସେମାନେ ଉଦାସୀନତା, ରକ୍ତଚାପ ଏବଂ ମଧୁମେହ ଭଳି ରୋଗରେ ଆକ୍ରାନ୍ତ ହେଉଛନ୍ତି । ଲୋକମାନେ ଗୁଗୁଲରେ ‘କିପରି ଖୁସି ରହିବାର’ ପ୍ରଶ୍ନକୁ ଅଧିକ ସର୍ଚ୍ଚ କରିବାର ଦେଖିବାକୁ ମିଳୁଛି, ତେଣୁ ଏଠାରେ ଆମେ ଆପଣଙ୍କୁ କିଛି ଉପାୟ କହିବାକୁ ଯାଉଛୁ, ଯାହାକୁ ଆପଣେଇବା ଦ୍ୱାରା ଆପଣ ଖୁସି ରହି ଅନେକ ରୋଗକୁ ନିଜଠାରୁ ଦୂର କରିପାରିବେ ।

ମନକୁ ଖୁସି ରଖିବା ପାଇଁ କଣ କରିବା ଆବଶ୍ୟକ ?

– ନିଦ୍ରାର ଅଭାବ ହେତୁ ବିରକ୍ତ ମନଭାଵ ଏବଂ ନିଜ ଭିତରେ କ୍ରୋଧ ଆରମ୍ଭ ହୁଏ । ଯେଉଁଥିପାଇଁ ମନ ଖୁସି ରହିନଥାଏ। ଖୁସି ହେବା ପାଇଁ ସର୍ବପ୍ରଥମେ, ଆପଣ ଦିନକୁ ୭ ରୁ ୮ ଘଣ୍ଟା ଶୋଇ ନୀଦକୁ ସମ୍ପୂର୍ଣ୍ଣ କରନ୍ତୁ।

– ଖୁସି ରହିବାକୁ ହେଲେ ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ ଅଥବା ନକାରାତ୍ମକ ଜିନିଷ ଚିନ୍ତା କରିବା ବନ୍ଦ କରନ୍ତୁ । ନିଜକୁ ନିଜେ ବୁଝାନ୍ତୁ ଯେ, ଯାହା ଘଟିଲା ଗତକାଲି ଥିଲା ଏବଂ ଏବେ ଆପଣଙ୍କୁ ଆସନ୍ତାକାଲି ବିଷୟରେ ଚିନ୍ତା କରିବାକୁ ପଡିବ ।

– ଅନ୍ୟମାନଙ୍କ ବିଷୟରେ ଖରାପ କଥା କୁହଥିବା ଏବଂ ଆପଣଙ୍କ ବିଷୟରେ ଅନ୍ୟ ଆଗରେ ଗପସପ କରୁଥିବା ଲୋକଙ୍କଠାରୁ ଦୂରେଇ ରୁହନ୍ତୁ । କାରଣ ଏହିପରି ଲୋକମାନେ କାହାରିକୁ ଖୁସି ଦିଅନ୍ତି ନାହିଁ ଏବଂ ସେମାନେ ନିଜେ ମଧ୍ୟ ଖୁସିରେ ରୁହନ୍ତି ନାହିଁ ।

– ଆପଣ ଦୈନନ୍ଦିନ ନିହାତି ଯୋଗ ଏବଂ ବ୍ୟାୟାମ କରନ୍ତୁ। ଏହାବ୍ୟତୀତ ଜୀବନରେ ସୁଖ ଓ ଶାନ୍ତି ବଜାଇ ରଖିବା ପାଇଁ ମେଡ଼ିଟେସନ କରନ୍ତୁ ।

-ପ୍ରତ୍ୟେକ ଦିନ ସକାଳ ସମୟରେ ୧୫ ମିନିଟ୍ ପାଇଁ ଖାଲି ପାଦରେ ଘାସରେ ଚାଲନ୍ତୁ। ଏହା କରିବା ଦ୍ୱାରା ଶରୀରରେ ଥିବା ହାପି ହରମୋନ୍ ଫ୍ରି ହୋଇଥାଏ।

– ଯେତେବେଳେ ଆପଣଙ୍କ ମନ ଦୁଃଖରେ ଥାଏ ବା ଆପଣ କଷ୍ଟ ଅନୁଭବ କରନ୍ତି, ସେତେବେଳେ ଆପଣ ନିଜର ପ୍ରିୟ ଗୀତ ଶୁଣନ୍ତୁ କିମ୍ବା ଏକ ବାଦ୍ୟଯନ୍ତ୍ର ବଜାନ୍ତୁ ଯାହା ଦ୍ୱାରା ଆପଣଙ୍କୁ ସେହି ସମୟରେ ଖୁସି ମିଳିବ।

-ଖୁସିରେ ରହିବା ପାଇଁ ଆପଣ ନିଜର ଖାଦ୍ୟ ଅଭ୍ୟାସ ପରିବର୍ତ୍ତନ କରନ୍ତୁ ଏବଂ ଖାଦ୍ୟରେ ଫଳ ଏବଂ ପନିପରିବା ଅନ୍ତର୍ଭୁକ୍ତ କରନ୍ତୁ । କାରଣ ସୁସ୍ଥ ଜୀବନ ପାଇଁ ପୃଷ୍ଟିକର ଖାଦ୍ୟ ନିହାତି ଆବଶ୍ୟକ।

Get real time updates directly on you device, subscribe now.