fbpx

ସ୍ୱାସ୍ଥ୍ୟ ପକ୍ଷେ ହିତକର ମେଥି ପାଣି: ହୃଦଘାତ ଏବଂ ଏସିଡିଟି ଭଳି ସମସ୍ୟାରୁ ମିଳିଥାଏ ମୁକ୍ତି

ମେଥି ସାଧାରଣତଃ ପ୍ରତ୍ୟେକ ଭାରତୀୟଙ୍କ ରୋଷେଇ ଘରେ ମିଳିଥାଏ । ମେଥି ମଞ୍ଜି ରୋଷେଇ ପାଇଁ ଏବଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ଅଟେ । ଯେଉଁ ବ୍ୟକ୍ତି ଓଜନ ହ୍ରାସ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ମେଥି ଦାନା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିଶେଷଜ୍ଞ ମ୍ୟାକ୍ ସିଂ ତାଙ୍କ ଫେସବୁକରେ ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ସେ ମେଥି ଦାନାର ଉପକାର ସମ୍ପର୍କରେ ଲେଖିଛନ୍ତି ।

ଦୈନିକ ଏକ ଚାମଚ ମେଥି ଖାଇବା ଦ୍ୱାରା ଶରୀରରେ ୨୦ ପ୍ରତିଶତ ଲୌହ, ୭ ପ୍ରତିଶତ ମାଙ୍ଗାନିଜ ଏବଂ ୫ ପ୍ରତିଶତ ମ୍ୟାଗ୍ନେସିୟମ ଯୋଗାଏ । ଏହି ମେଥି ଦାନା ଭୋକକୁ ହ୍ରାସ କରିବାରେ ସାହାଯ୍ୟ କରେ ଏବଂ ଆପଣଙ୍କ ଓଜନ ମଧ୍ୟ ହ୍ରାସ କରିଥାଏ । ଏହା ଦ୍ୱାରା ଅତ୍ୟଧିକ ଖାଦ୍ୟପେୟରୁ ଦୂରେଇ ରହିବା ଏବଂ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।
ଏହା ହୃଦଘାତ ଏବଂ ଏସିଡିଟି ଭଳି ସମସ୍ୟା ପାଇଁ ଭଲ ବୋଲି କୁହାଯାଏ । ମେଥିରେ ମିଳୁଥିବା ସୈପୋନିନ୍ ଶରୀରର ଚର୍ବିଯୁକ୍ତ ଖାଦ୍ୟରୁ କୋଲେଷ୍ଟ୍ରଲ୍ର ଅବଶୋଷଣକୁ ହ୍ରାସ କରିବାରେ ସାହାଯ୍ୟ କରେ ।

କେତେକ ଅନୁସନ୍ଧାନ ଅନୁଯାୟୀ, ସୈପୋନିନ୍ ଶରୀରକୁ କମ୍ କୋଲେଷ୍ଟ୍ରୋଲ୍ ଉତ୍ପାଦନ କରିବାରେ ସାହାଯ୍ୟ କରେ । ମେଥିରେ ମିଳୁଥିବା ମ୍ୟୁସିଲେଜ ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟାଇଲ ଛାତିର ଜଳାପଡାକୁ କମ କରିବାରେ ସାହାଯ୍ୟ କରେ । ପେଟ ଏବଂ ଅନ୍ତନଳୀକୁ ସଫା ରଖେ । ପେଟର ଅମ୍ଳତା ହ୍ରାସ କରିବା ପାଇଁ ମେଥି ସର୍ବୋଉତ୍ତମ ।

ମେଥିରେ ମିଳୁଥିବା ହାଇପରଗ୍ଲାଇସେମିକ୍ ଶରୀରରେ ଇନସୁଲିନ୍ ପରିମାଣ ବଢାଇଥାଏ । ଯେଉଁଥିପାଇଁ ମଧୁମେହ ରୋଗୀଙ୍କ ପାଇଁ ଏହା ବହୁତ ଲାଭ । ଏହା ବ୍ୟତୀତ, ଏହି ମେଥି ଦାନା ପିସିଓଏସ ଏବଂ ପିସିଓଡି ପାଇଁ ବହୁତ ଭଲ ।

ଏହା ରକ୍ତହୀନତାର ଚିକିତ୍ସାରେ ସାହାଯ୍ୟ କରେ । ଯେଉଁ ମହିଳାମାନେ ନିଜ ପିଲାମାନଙ୍କୁ ସ୍ତନ୍ୟପାନ କରାନ୍ତି ସେମାନଙ୍କ ପାଇଁ ମଧ୍ୟ ଏହା ବହୁତ ଭଲ ।

ଏହା ସହିତ ଏହା ପୁରୁଷମାନଙ୍କରେ ଟେଷ୍ଟୋଷ୍ଟେରନର ସ୍ତରକୁ ମଧ୍ୟ ବଢାଇଥାଏ । କର୍କଟ ରୋଗକୁ ରୋକିବାରେ ମଧ୍ୟ ଏହାର ବହୁତ ପ୍ରଭାବଶାଳୀ । ଯଦି ଆପଣ ଖାଲି ପେଟରେ ମେଥି ଭିଜା ପାଣିକୁ ପିଅନ୍ତି ତେବେ ଆପଣଙ୍କ ଓଜନ ହ୍ରାସ ହେବ ସହ ରକ୍ତରେ ଥିବା ସୁଗାର ଲେବେଲକୁ ମଧ୍ୟ ହ୍ରାସ କରିଥାଏ ।

Get real time updates directly on you device, subscribe now.