fbpx

ମମିତା ମର୍ଡର୍ ମିଷ୍ଟ୍ରି: ଆଜି ସରୁଛି ଗୋବିନ୍ଦର ୫ ଦିନିଆ ରିମାଣ୍ଡ ଅବଧି

ବଲାଙ୍ଗିର(ଓଡ଼ିଶା ଭାସ୍କର): ବିଳମ୍ବିତ ରାତିରେ ଜହ୍ଲାଦ ଗୋବିନ୍ଦ ସାହୁର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । କାରଣ ଗୋବିନ୍ଦ ଜଣେ ମଧୁମେହ ରୋଗୀ । ତେଣୁ ନିୟମ ମୁତାବକ ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ତେବେ ଆଜି ୫ ଦିନିଆ ରିମାଣ୍ଡ ସରୁଥିବାରୁ କୋର୍ଟରେ ହାଜର କରିବ ପୋଲିସ୍ । ଅନ୍ୟପଟେ ମୃତ ଶିକ୍ଷୟତ୍ରୀ ମମିତାଙ୍କ ପରିବାର ଲୋକେ ବଲାଙ୍ଗିର ଜିଲ୍ଲାପାଳଙ୍କୁ ଭେଟିଛନ୍ତି । ମମିତାଙ୍କ ବାପା ଓ ମାଆ ଭେଟି ମାମଲାର ଶୁଣାଣି ଫାଷ୍ଟ ଟ୍ରାକ୍ କୋର୍ଟରେ କରିବା ନେଇ ଦାବି କରିଛନ୍ତି । ଜିଲ୍ଲାପାଳଙ୍କୁ ଭେଟିବା ପରେ ମନୋହରପୁର ରିଜର୍ଭରେ ଉତ୍ତରାଞ୍ଚଳ ଡିଆଇଜି, ଏସପିଙ୍କ ସହିତ ଆଲୋଚନା କରିଛନ୍ତି ।

ଉଲ୍ଲେଖଯୋଗ୍ୟ, କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ଅଭିଯୁକ୍ତ ଗୋବିନ୍ଦ ସାହୁ ଧରାପଡିଥିବା ବେଳେ ଏବେ ତାକୁ ରିମାଣ୍ଡରେ ନେଇ ପଚରାଉଚରା କରୁଛି ପୋଲିସ । ଘଟଣାରେ ଗୋବିନ୍ଦର ସହଯୋଗୀ ରାଧେଶ୍ୟାମ ଚଣ୍ଡୀ(ରାଧେ)କୁ ମଧ୍ୟ ପୋଲିସ ଗିରଫ କରିଛି । ସେପଟେ ଏହି ଘଟଣାକୁ ନେଇ ଜୋର ଧରିଛି ରାଜନୀତି । ବିରୋଧୀ ଏହି ଘଟଣାରେ ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି ଦର୍ଶାଇ ଇସ୍ତଫା ଦାବି କରିଛନ୍ତି ।

Get real time updates directly on you device, subscribe now.