fbpx

ପହିଲାରୁ ବନ୍ଦ ହୋଇଯିବ ହ୍ୱାଟ୍ସଆପ୍‌, ଜାଣି ରଖନ୍ତୁ କେଉଁ କେଉଁ ମୋବାଇଲରେ…

ନୂଆଦିଲ୍ଲୀ: ପହିଲା ଅର୍ଥାତ ନଭେମ୍ବର ୧ ତାରିଖରୁ କିଛି ଫୋନ୍‌ରେ ବନ୍ଦ ହୋଇଯିବ ହ୍ୱାଟ୍ସଆପ୍‌ । ତେଣୁ ଏହି ଫୋନ୍‌ ବ୍ୟବହାରକାରିମାନେ ଅସୁବିଧାରେ ପଡିବେ । ଆଣ୍ଡ୍ରୋଏଡ ଓ ଆଇଓଏସ୍‌ର ପୁରୁଣା ଭର୍ସନରେ ଏବେ କାମ କରିବା ବନ୍ଦ କରିଦେବ ହ୍ୱାଟ୍ସଆପ୍‌ । ଅର୍ଥାତ ଆଣ୍ଡ୍ରୋଏଡ୍‌ ୪.୧ରୁ କମ୍‌ ଓ ଆଇଓଏସ୍‌ ୧୦ରୁ କମ୍‌ ଭର୍ସନ ଥିବା ଫୋନ୍‌ରେ ଏବେ ବନ୍ଦ ହେବାକୁ ଯାଉଛି ହ୍ୱାଟ୍ସଆପ୍‌ । ତେବେ ହ୍ୱାଟ୍ସଆପ୍‌ ବ୍ୟବହାରକାରୀ ହ୍ୱାଟ୍ସଆପ୍‌ ଏଫ୍‌ଏକ୍ୟୁ ସେକ୍ସନକୁ ଯାଇ ଏହାର ଅପରେଟିଙ୍ଗ୍‌ ସିଷ୍ଟମର ଲିଷ୍ଟ ଚେକ୍‌ କରିପାରିବେ । ଆପଲ୍‌ର iPhone 6S, iPhone 6S Plus, Apple iPhone SEରେ ହ୍ୱାଟ୍ସଆପ୍‌ ବନ୍ଦ ହୋଇଯିବ ।

ସେହିପରି ସାମସଙ୍ଗର Samsung Galaxy Trend Lite, Galaxy SII, Galaxy Trend II, Galaxy S3 mini, Galaxy Core, Galaxy Xcover 2, Galaxy Aceରେ ହ୍ୱାଟ୍ସଆପ୍‌ ଉପଲବ୍ଧ ହେବ ନାହିଁ । ଏଥିସହିତ ଏଲ୍‌ଜି (LG) LG Lucid 2, Optimus L5 Dual, Optimus L4 II Dual, Optimus F3Q, Optimus F7, Optimus F ଆଦି ବହୁ ଫୋନ୍‌ରେ ନଭେମ୍ବର ୧ ତାରିଖରୁ ହ୍ୱାଟ୍ସଆପ୍‌ ସେବା ବନ୍ଦ ହୋଇଯିବ ।

 

Get real time updates directly on you device, subscribe now.