fbpx

ଆଜି ଭାରତ-ପାକିସ୍ତାନ ବିଶ୍ୱକପ୍ ଟକ୍କର୍: କିଏ ଜିତିବ, କିଏ ହାରିବ; ତାକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ରେ ଆଜି ଭାରତ-ପାକିସ୍ତାନ ମୁକାବିଲା । ରବିବାର ଟି-୨୦ ବିଶ୍ୱକପ୍ ରେ ଦୁଇ ଟିମ୍ ଦୀର୍ଘ ୫ ବର୍ଷ ପରେ ମୁହାଁମୁହିଁ ହେବେ । ତେବେ ଏହି ମ୍ୟାଚ୍ କୁ ନେଇ କେବଳ କ୍ରିକେଟ୍ ପ୍ରେମୀ ନୁହଁନ୍ତି ବରଂ ସାରା ଦେଶ ଆଜି ଉତ୍ସାହିତ ଅଛନ୍ତି । ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଅପରାଜେୟ ରେକର୍ଡ ଲକ୍ଷ୍ୟରେ ଭାରତ ଆଜି ମଇଦାନକୁ ଓହ୍ଲାଇବ । ତେବେ ଦୁଇଦେଶ ମଧ୍ୟରେ ରାଜନୈତିକ ବିବାଦ କାରଣରୁ ଏହି ଦୁଇ ଦେଶ ମଧ୍ୟରେ ମୁକାବିଲା କ୍ରିକେଟ୍ ଫ୍ୟାନଙ୍କୁ ଖୁବ୍ କମ୍ ଦେଖିବାକୁ ମିଳୁଛି । ତେବେ ଜୁନ୍ ମାସ ୨୦୧୯ ରେ ଦୁଇ ଦେଶ ମଧ୍ୟରେ ଏକ ଦିନିକିଆ ମ୍ୟାଚ୍ ହୋଇଥିଲା । ୧୪ ବର୍ଷ ପୂର୍ବରୁ ଦୁଇ ଦେଶ ମଧ୍ୟରେ ଟି-୨୦ ବିଶ୍ୱକପ୍ ମୁକାବିଲା ହୋଇଥିଲା । ଏହାପରେ ସବୁ ମୁକାବିଲା ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଖେଳା ଯାଇଥିଲା ଓ ସବୁ ମୁକାବିଲା ଭାରତ ଜିତିଥିଲା ।

Get real time updates directly on you device, subscribe now.