fbpx

News across the Earth, news close to your heart, Read Odisha Bhaskar English

୨ ନିଶା ବେପାରୀଙ୍କୁ ଧରିଲା ନିମାପଡ଼ା ପୋଲିସ, ବିପୁଳ ପରିମାଣ ଦେଶୀବିଦେଶୀ ମଦ ଜବତ

‘ଓଡ଼ିଶା ଭାସ୍କର’ ର ମହାପ୍ରଭାବ

ନିମାପଡା (ଭାସ୍କର ନ୍ୟୁଜ୍‌): ନିମାପଡା ଅଞ୍ଚଳରେ ବ୍ୟାପକ ଚୋରାମଦ କାରବାର ଖବର ଦୈନିକ ଖବରକାଗଜ ଓଡିଶା ଭାସ୍କରରେ ପ୍ରକାଶ ପାଇଥିଲା । ଏହାକୁ ନେଇ ନିମାପଡା ଥାନା ଅଧିକାରୀ ଶଙ୍କର୍ଷଣ ଦଳେଇ ମଦ୍ୟପମାନଙ୍କୁ ଧରିବା ପାଇଁ ଏକ ଟିମ ଗଠନ କରିଛନ୍ତି । ଏହି ଟିମ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି । ଶନିବାର ମଧ୍ୟାହ୍ନ ସମୟରେ ପାଟପୁର ହାଟସାହିର ଜିତେନ ଜେନା(୨୪), ମୁସଲିମ ବସ୍ତିର ଶେଖ ରିହାନ (୨୭) ଦୁଇଜଣ ଯୁବକ ଏକ ବାଇକ ଯୋଗେ ବଳଙ୍ଗା ଅଞ୍ଚଳରୁ ତିନିପେଟି ଦେଶୀବିଦେଶୀ ମଦ ଆଣି ନିମାପଡା ଅଭିମୁଖେ ଆସୁଥିବା ଖବର ପାଇ ପୋଲିସ ନୁହାରିକରୀ ଛକରେ ଚଢଉ କରି ଦୁଇ ମଦ ବ୍ୟବସାୟୀଙ୍କୁ ଗିରଫ କରିବା ସହିତ ବାଇକକୁ ଧରିବାରେ ସଫଳ ହୋଇଛି ।

ଏହି ଦୁଇ ଯୁବକ ଦୀର୍ଘଦିନ ହେବ ନିଶା ବେପାର କରି ଆସୁଥିଲେ । ପୋଲିସ ସେମାନଙ୍କ ନାମରେ ଅବକାରୀ ଧାରାରେ ମାମଲା ରୁଜୁ କରିଛି । ପ୍ରତ୍ୟେକ ଦିନ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ନିମାପଡା ଅଞ୍ଚଳରେ ବାପ ପୁଅ ମଦ ଗଞ୍ଜେଇ ବ୍ରାଉନ ସୁଗାର ଏକ ଅଟୋ ସାହାଯ୍ୟରେ ନେଇ ବିଭିନ୍ନ ସ୍ଥାନରେ ଲଗାଉଛନ୍ତି । ବିଶେଷ କରି ପାଟପୁର ଅରିଷଣ୍ଢ ନାଳବନ୍ଧ ଆରଡି ରାସ୍ତା ତ୍ରୀନାଥ ମଣ୍ଡପ ଠାରୁ ପାଟପୁର କୁଶଭଦ୍ରା ନଦୀବନ୍ଧରେ ନିଛାଟିଆ ସ୍ଥାନ ହୋଇଥିବାରୁ ନିଶା ବେପାରୀଙ୍କ ନିଶା କାରବାର ସ୍ଥାନ ପାଲଟିଛି । ପୋଲିସ ଏଥ୍ରିତି ଦୃଷ୍ଟି ଦେବା ପାଇଁ ଦାବି ହୋଇଛିା

Get real time updates directly on you device, subscribe now.