fbpx

News across the Earth, news close to your heart, Read Odisha Bhaskar English

ଗଭୀର କୂଅରୁ ଉଦ୍ଧାର ହେଲା ଛୁଆ ହାତୀ

ଝୁମ୍ପୁରା (ଓଡ଼ିଶା ଭାସ୍କର) : କେନ୍ଦୁଝର ବନଖଣ୍ଡ ଝୁମ୍ପୁରା ବ୍ଲକ ଅର୍ନ୍ତଗତ ବସନ୍ତପୁର ପଞ୍ଚାୟତ ନେଦିଗୋଠ ଗ୍ରାମରେ ଏକ ଗଭୀର କୂଅରୁ ଏକ ଛୁଆ ହାତୀ ପଡିଯାଇଥିଲା ଖବର ପାଇଁ ଘଟଣାସ୍ଥଳରେ ବନ ବିଭାଗ ଟିମ୍ ପହଞ୍ଚିଥିଲେ। ଦୀର୍ଘ  ସମୟରେ ଉଦ୍ୟମ ପରେ ଗଭୀର କୂଅ ଭିତରୁ ଛୁଆ ହାତୀକୁ ଉଦ୍ଧାର କରିବାରେ ସଫଳ ହୋଇଥିଲା ବନ ବିଭାଗ। ସନ୍ଧ୍ୟା ସମୟରେ ହାତୀ ଛୁଆକୁ ହାତୀପଲ ପାଖରେ ଛାଡି ଦିଆଯାଇଥିବା ଜଣାପଡିଛି।

ସୂଚନା ମୁତାବକ ହାତୀପଲ ବୈତରଣୀ ନଦୀ ପାରିହେବା ସମୟରେ ଛୁଆ ହାତୀ ବାଟବଣା ହୋଇ ଯାଇଥିଲା। ମା’ ହାତୀ କୁ ଖୋଜି ଖୋଜି ଶେଷରେ ନେଦିଗୋଠ ଗ୍ରାମର ମାଧବ ନାଏକ ଙ୍କର ବାଡିରେ ଥିବା କୂଅ ଭିତରକୁ ଖସିପଡିଲା ଛୁଆ ହାତୀ । ସ୍ଥାନୀୟ ଲୋକ ବନ ବିଭାଗକୁ ଖବର ଦେବାରୁ ଘଟଣାସ୍ଥଳରେ ବନ ବିଭାଗ ପହଁଚି ଛୁଆ ହାତୀକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ । ସନ୍ଧ୍ୟା ସମୟରେ ହାତୀ ଛୁଆକୁ ହାତୀପଲ ପାଖରେ ଛାଡି ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.