fbpx

News across the Earth, news close to your heart, Read Odisha Bhaskar English

ଟି-୨୦ କ୍ରିକେଟ୍‌ ବିଶ୍ୱକପ୍‌: ଭାରତ-ପାକିସ୍ତାନ ହାଇଭୋଲ୍‌ଟେଜ୍‌ ମ୍ୟାଚ୍‌ ଉପରେ ସାରା ବିଶ୍ୱର ନଜର, ସନ୍ଧ୍ୟା ୭ଟା ୩୦ରେ ମୁକାବିଲା

ଦୁବାଇ: ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି ।  ଚଳିତ ଟି-୨୦ କ୍ରିକେଟ୍‌ ବିଶ୍ୱକପ୍‌ରେ ଆଜି ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦି ଭାରତ ଓ ପାକିସ୍ତାନ । ସନ୍ଧ୍ୟା ୭ଟା ୩୦ରୁ ଆରମ୍ଭ ହେବାକୁ ଥିବା ଏହି ହାଇଭୋଲ୍‌ଟେଜ୍‌ ମ୍ୟାଚ୍‌ ଉପରେ ସାରା ବିଶ୍ୱର କ୍ରିକେଟ୍‌ ପ୍ରେମୀଙ୍କ ନଜର ରହିଛି । ଭାରତ ଓ ପାକ୍‌ ମ୍ୟାଚ୍‌କୁ ନେଇ ୨ ଦେଶର କ୍ରିକେଟ୍‌ ପ୍ରେମୀଙ୍କ ମନରେ ଉତ୍କଣ୍ଠା ଦେଖା ଦେଇଥିବା ବେଳେ ଉଭୟ ଦଳର ଅଧିନାୟକ ଏହି ମ୍ୟାଚ୍‌ ସେମାନେ ଜିତିବେ ବୋଲି ଦାବି କରିବା ଘଟଣାକୁ ଆହୁରି ରୋମାଞ୍ଚିତ କରିଦେଇଛି । ତେବେ ଦିନିକିଆ ଓ ଟି-୨୦ ବିଶ୍ୱକପ୍‌ରେ ଭାରତକୁ ପାକିସ୍ତାନ କେବେ ବି ପରାସ୍ତ କରିପାରି ନାହିଁ ।

ପାକିସ୍ତାନ ବିକ୍ଷରେ ଭାରତ ଦିନିକିଆ ବିଶ୍ୱକପ୍‌ର ୭ ଓ ଟି-୨୦ ବିଶ୍ୱକପ୍‌ର ୫ ମ୍ୟାଚ୍‌ ଖେଳିଥିବା ବେଳେ ସବୁବେଳେ ଜିତାପଟ୍‌ ହାସଲ କରିଆସୁଛି । ମାତ୍ର ଏଥର ବାବର୍‌ ଆଜମ୍‌ଙ୍କ ନେତୃତ୍ୱାଧିନ ପାକିସ୍ତାନ କ୍ରିକେଟ୍‌ ଟିମ୍‌ ଏହି ବିଫଳତା ରେକର୍ଡକୁ ଭାଙ୍ଗିବା ପାଇଁ ମାନସିକ ସ୍ତରରେ ଯୋରଦାର୍‌ ପ୍ରସ୍ତୁତି ଚଳାଇଥିବା ଜଣାପଡ଼ିଛି । ଅନ୍ୟପଟେ ଭାରତୀୟ କ୍ରିକେଟ୍‌ ଟିମ୍‌ ଅଧିନାୟକ ବିରାଟ କୋହଲି କହିଛନ୍ତି ଯେ ପାକିସ୍ତାନ ଏହି ଫର୍ମାଟ୍‌ରେ ଏକ ଶକ୍ତିଶାଳୀ ଦଳ । ତେବେ ପାକିସ୍ତାନ ଟିମ୍‌କୁ ପରାସ୍ତ କରିବା ପାଇଁ ଦଳ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି । ଏକ ଶକ୍ତିଶାଳୀ ଦଳ ନେଇ ଭାରତ ପଡ଼ିଆକୁ ଓହ୍ଲାଇବ । ଦଳଗତ ଭାବେ ଉଚ୍ଚକୋଟୀର ପ୍ରଦର୍ଶନ କରିାରିଲେ ପାକିସ୍ତାନକୁ ଭାରତ ନିଶ୍ଚିତ ପରାସ୍ତ କରିବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ଏକାଧିକ ବିଶ୍ୱକପ୍‌ ଜିତିଥିବା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏହି ବିଶ୍ୱକପ୍‌ ପାଇଁ ଭାରତୀୟ ଦଳର ମେଣ୍ଟର ନିଯୁକ୍ତ ହୋଇଥିବାରୁ ପାକିସ୍ତାନ ବିକ୍ଷ ମ୍ୟାଚ୍‌ ପାଇଁ ତାଙ୍କର ସ୍ୱତନ୍ତ୍ର ଟିପ୍ପ କେତେ ଦୂର ସଫଳ ହେବ ତାହା ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.