fbpx

ପୋଲିସ୍ ସାମନାରେ କଣ କହିଲା ଗୋବିନ୍ଦ? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

Advertisement

ବଲାଙ୍ଗିର(ଓଡ଼ିଶା ଭାସ୍କର): ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର୍ ହତ୍ୟା ମାମଲାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି । ଅଭିଯୁକ୍ତ ଗୋବିନ୍ଦକୁ ନେଇ ପୋଲିସ୍ ଆଜି କ୍ରାଇମସିନ୍ ରିକ୍ରିଏସନ୍ କରିନପାରେ । ଗୋବିନ୍ଦର ସହଯୋଗୀ ରାଧେ ଓ କଲେଜର ମୁନସିକୁ ଜେରା କରାଯାଇପାରେ । ଗତକାଲି ଜେରା କରାଯାଉଥିବା ବେଳେ ହତ୍ୟାକାଣ୍ଡ ସମ୍ପର୍କରେ ଗୋବିନ୍ଦ ବର୍ଣ୍ଣନା କରିଥିଲା ବୋଲି ସୂଚନା ମିଳିଛି । ମମିତାଙ୍କୁ ନେଇ ପାଣିକେଶ୍ୱରୀ ମନ୍ଦିରରେ ଶପଥ କରିବାକୁ କହିଥିଲା ଗୋବିନ୍ଦ । ଗୁମର ପ୍ରଘଟ ନ କରିବାକୁ କହିଥିଲା ଗୋବିନ୍ଦ । କିନ୍ତୁ ସେ ରାଜି ନହେବାରୁ ହତ୍ୟା କରିବାକୁ ନିଷ୍ପତି ନେଇଥିଲା ଗୋବିନ୍ଦ । କୁଶୁଡ଼ୁ ଛକରେ ଦିନ ୧୧ ଟାରେ ମମିତାଙ୍କ ତଣ୍ଟିଚିପି ହତ୍ୟା କରିଥିଲା ।

ଗୋବିନ୍ଦ ଆଗକୁ କହିଛି ଯେ, ହତ୍ୟାପୋର ମୃତଦେହକୁ ଘରକୁ ନେଇ ଯାଇଥିଲା ଗୋବିନ୍ଦ । ଆଉ ରାତିରେ ହିଁ ମୃତଦେହକୁ ପୋଡ଼ିବା ଓ ପୋତିବା କାର୍ଯ୍ୟ କରିଥିଲା । ରାଧେକୁ ଷ୍ଟାଡିୟମ୍ ଗାତ ନିକଟରେ ଟାୟାର ରଖିବାକୁ କହିଥିଲା । ମୁନସିକୁ ଗାତ ନିକଟରେ କାଡବୋର୍ଡ ମହଜୁଦ୍ ରଖିବାକୁ କହିଥିଲା । ଆଉ ରାତିରେ ନିଜେ ଶବକୁ ପୋଡ଼ିବା ଓ ପୋତିଥିବା କହିଛି ଗୋବିନ୍ଦ । ଖାଲି ସେତିକି ନୁହେଁ ସେ ନିଜ ସହଯୋଗୀ ମାନଙ୍କୁ କାମ ଦେଇଥିଲା କିନ୍ତୁ କାରନାମା ସମ୍ପର୍କରେ କିଛି ଜଣାଇନଥିଲା ।

Get real time updates directly on you device, subscribe now.