fbpx

ବଲିଉଡ ଅଭିନେତା ଜାଭେଦ ଖାନଙ୍କ ପରଲୋକ, ଫୁସଫୁସ ରୋଗରେ ସଂକ୍ରମିତ ଥିଲେ

ନୂଆଦିଲ୍ଲୀ: ମନୋରଞ୍ଜନ ଧର୍ମୀ ଦୁନିଆରୁ ଏକ ଦୁଃଖଦ ଖବର ଆସଛି । ବଲିଉଡ ଅଭିନେତା ତଥା ‘ଲଗାନ’ ଫିଲ୍ମର ଫେମ୍ ଜାଭେଦ ଖାନ ଆମ୍ରୋହୀଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା । ସେ ଫୁସଫୁସ ସଂକ୍ରମଣ କାରଣରୁ ଗତ କିଛିଦିନ ଧରି ଚିକିତ୍ସିତ ହେଉଥିଲେ । ‘ଲଗାନ’ ଫିଲ୍ମର କୋ-ଷ୍ଟାର ଅଖିଲେନ୍ଦ୍ର ମିଶ୍ରା ଜାଭେଦଙ୍କ ମୃତ୍ୟୁ ବାବଦରେ ସ୍ପଷ୍ଟ କରିଛନ୍ତି ।

ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଜାଭେଦ ଜଣେ ଖ୍ୟାତାନାମା ଆର୍ଟିଷ୍ଟ ଭାବେ ବେଶ୍ ପରିଚିତ ଥିଲେ । ଗତ ଏକବର୍ଷ ଧରି ସେ ରୋଗଗ୍ରସ୍ତ କାରଣରୁ ଶଯ୍ୟାଶାୟୀ ରହିଥିଲେ । ତାଙ୍କର ଦୁଇଟିଯାକ ଫୁସଫୁସ ଫେଲ୍ ହୋଇଯାଇଥିଲା । ଆଜି ସକାଳୁ ୭୦ ବର୍ଷ ବୟସରେ ସେ ବଲିଉଡକୁ ଅଲବିଦା କରିଦେଇଛନ୍ତି । ସେ ‘ଲଗାନ’, ୱାନ୍ସ ଅପନ ଏ ଟାଇମ’, ‘ଅନ୍ଦାଜ ଅପନା-ଅପନା’, ‘ଚକ ଦେ ଇଣ୍ଡିଆ’ ପରି ବହୁ ହିଟ୍ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ଘର କରିଥିଲେ । ଗତ ୨୦୨୦ ମସିହାରେ ଶେଷ ଥର ପାଇଁ ଜାଭେଦ ପରଦାରେ ଦେଖାଦେଇଥିଲେ ।

ବଲିଉଡ ଫିଲ୍ମ ‘ସଡ଼କ ୨’ରେ ଜାଭେଦ ପାକ୍ୟା ଭୂମିକାରେ ଦେଖାଦେଇଥିଲେ । ଉକ୍ତ ଫିଲ୍ମରେ ଆଲିଆ ଭଟ୍ଟ, ସଞ୍ଜୟ ଦତ୍ତ ଓ ଆଦିତ୍ୟ ରାୟ କପୁର ଲିଡ୍ ରୋଲରେ ଆସିଥିଲେ । ବଲିଉଡ ବ୍ୟତୀତ ଜାଭେଦ ଅନେକ ଟିଭି ଶୋ’ରେ ମଧ୍ୟ କାମ କରିଥିଲେ । ସେ ଇଣ୍ଡିଆନ ପିପୁଲସ ଥିଏଟର୍ସ ଆସୋସିଏସନ (ଇପ୍ଟା)ର ଜଣେ ସକ୍ରିୟ ସଦସ୍ୟ ରହିଥିଲେ । ଜାଭେଦଙ୍କ ମୃତ୍ୟୁରେ ବଲିଉଡର ବହୁ ବଡ଼ ବଡ଼ ସେଲିବ୍ରେଟି, ପ୍ରଶଂସକ ତାଙ୍କର ଆତ୍ମାର ସଦଗତି କାମନା କରିଛନ୍ତି ।

Get real time updates directly on you device, subscribe now.