fbpx

ଆଜି ବଲିଉଡ଼ ଅଭିନେତା ଜିତେନ୍ଦ୍ର କାପୁରଙ୍କ ଜନ୍ମଦିନ

ମୁମ୍ବାଇ ୭ା୪ (ଓଡିଶା ଭାସ୍କର): ଆଜି ବଲିଉଡ଼ ଅଭିନେତା ଜିତେନ୍ଦ୍ର କାପୁରଙ୍କ ଜନ୍ମଦିନ । ୭ ଏପ୍ରିଲି ୧୯୪୨ମସିହାରେ ପଞ୍ଜାବର ଅମୃତସରେ ସେ ଜନ୍ମଗ୍ରହଣ କରିଥିଲେ । ବଲିଉଡ଼ରେ ଜିତେନ୍ଦ୍ର ନିଜିର ଅଭିନୟ ଏବଂ ଅଲଗା ଅନ୍ଦାଜ ପାଇଁ ଖୁବ ପରିଚିତ ଥିଲେ । ନିଜର ଅଭିନୟ ଓ ନୃତ୍ୟ ପାଇଁ ଲୋକମାନଙ୍କ ମନରେ ଅଲଗା ଏକ ପରିଚୟ ସୃଷ୍ଟି କରିପାରିଥିଲେ ।


ଜିତେନ୍ଦ୍ର ବଲିଉଡ଼ରେ ନିଜରର କ୍ୟାରିୟର ନବରଙ୍ଗ ସିନେମାରୁ ଆରମ୍ଭ କରିଥିଲେ । ଏହା ପରେ ସେ ୨୫୦ରୁ ଅଧିକ ସିନେମାରେ ନିଜି ଅଭିନୟର ଯାଦୁ ଦେଖାଇଛନ୍ତି । ଅଭିନୟ ସହିତ ସେ ନିର୍ଦ୍ଦେଶକ ଏବଂ ପ୍ରଯୋଜକ ଭାବେ କାମ କରି ଅନେକ ପ୍ରସଂଶା ମଧ୍ୟ ପାଇଛନ୍ତି । ପରିବାର, ଜିନେ କି ରାହ, ୱାରିସ,ଖିଲୌନା, ହମଜୋଲି, ଧର୍ମ ବୀର ଏବଂ ହିମତୱାଲା ଭଳି ଅନେକ ସୁପରହିଟ୍ ସିନେମା ଦର୍ଶକମାନଙ୍କୁ ଭେଟି ଦେଇଛନ୍ତି ।

Get real time updates directly on you device, subscribe now.