ଯୁବତୀଙ୍କ ସୁନ୍ଦର ଚେହେରା ଦେଖି ଚାଲାଣ କାଟିଲେ ପୋଲିସବାବୁ, ଜାଣନ୍ତୁ ଆଗକୁ କ’ଣ ଘଟିଲା

News across the Earth, news close to your heart, Read Odisha Bhaskar English

ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ ଟ୍ରାଫିକ ପୋଲିସ ଚାଲାଣ କାଟିଥାନ୍ତି । ମଦ୍ୟପାନ କରି ଗାଡ଼ି ଚଳାଇବା, ସିଟ୍ ବେଲ୍ଟ ନ ପିନ୍ଧିବା, ଫୋନରେ କଥା ହୋଇ ଗାଡ଼ି ଚଳାଇବା ସମୟରେ ଧରାପଡ଼ିଲେ ମୋଟା ଅଙ୍କର ଜରିମାନା ଦେବାକୁ ପଡ଼ିଥାଏ । ମାତ୍ର ଯଦି ଜଣେ କର୍ତ୍ତବ୍ୟରତ ପୋଲିସ ବାବୁ ଜଣେ ଯୁବତୀଙ୍କ ସୁନ୍ଦର ଚେହେରା ଦେଖି ଚାଲାଣ କାଟନ୍ତି, ତେବେ ଏହା ସମସ୍ତଙ୍କୁ ଆଚମ୍ବିତ କରିବା ସ୍ୱାଭାବିକ । ଆମେରିକାରେ ଏହିପରି ଏକ ଘଟଣା ଘଟିଛି । ଏହି ଘଟଣାଟି ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି ।

ଦିନ ୩ଟା ସମୟରେ ଜଣେ ଯୁବତୀ ନିଜ ଗାଡ଼ି ନେଇ ଟ୍ରାଫିକ ପୋଷ୍ଟର ରେଡ୍ ଲାଇଟ୍ ଏରିଆରେ ଅଟକିଥିଲେ । ଟ୍ରାଫିକ ପୋଲିସ ଜଣକ ଯୁବତୀଙ୍କୁ ଦେଖି ତାଙ୍କ ସୌନ୍ଦର୍ଯ୍ୟରେ ପାଗଳ ହୋଇଗଲେ । ଟ୍ରାଫିକ ନିୟମ ଅପେକ୍ଷା ପୋଲିସ ବାବୁ ଯୁବତୀଙ୍କ ଚେହେରା ଉପରେ ବେଶୀ ଧ୍ୟାନ ଦେଇଥିଲେ । ଏହାପରେ ପୋଲିସ ବାବୁ ଯୁବତୀଙ୍କୁ କାରରୁ ଓହ୍ଲାଇବାକୁ କହିଲେ ଓ ହାତରେ ଚାଲାଣ ଧରାଇଦେଲେ । ପୋଲିସ ବାବୁ ଚାଲାଣ ଉପରେ ସ୍ପେନିସ୍ ଭାଷାରେ ‘ଆଇ ଲଭ୍ ୟୁ’ ଲେଖିଥିଲେ । ଯୁବତୀ ଜଣଙ୍କ ଅତ୍ୟନ୍ତ ସୁନ୍ଦର ହୋଇଥିବାରୁ ତାଙ୍କୁ ଦେଖିବା ପରେ ରାସ୍ତାରେ ଅନେକ ଦୁର୍ଘଟଣା ହେବାର ଆଶଙ୍କା ରହିଛି ବୋଲି ମଧ୍ୟ ପୋଲିସ ବାବୁ ଚାଲାଣରେ ଲେଖିଥିଲେ । ଏହାପରେ ବିଭିନ୍ନ ମହଲରୁ ପୋଲିସ ବାବୁ ଜଣଙ୍କ ସମାଲୋଚନାର ଶିକାର ହୋଇଥିଲେ ।

Get real time updates directly on you device, subscribe now.