fbpx

ଋଷ ବିଦେଶ ମନ୍ତ୍ରୀଙ୍କୁ ଭେଟିଲେ ଜୟଶଙ୍କର, ପୁତିନଙ୍କ ଯାତ୍ରା ନେଇ ପ୍ରସ୍ତୁତି ଉପରେ ଚର୍ଚ୍ଚା

ନୁଆଦିଲ୍ଲୀ,  ୭ା୪ (ଓଡିଶା ଭାସ୍କର) :, ସୋମବାର ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଭାରତ ଋୁଷ ସମ୍ମିଳନୀକୁ ନେଇ ଋୁଷ୍ ବିଦେଶ ମନ୍ତ୍ରୀ ସର୍ଗେ ଲାବରୋବଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି ।ବିଦେଶ ମନ୍ତ୍ରୀ କହିଛନ୍ତି କି ସେମାନେ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି । ଏହି ବର୍ଷର ଶେଷ ଭାଗରେ ହେବାକୁ ଥିବା ବାର୍ଷିକ ବୈଠକ ପାଇଁ ଋୁଷ୍ ରାଷ୍ଟ୍ରପତିଙ୍କ ଗସ୍ତର ପ୍ରସ୍ତୁତି ବଷୟରେ ଅଧିକାଂଶ ଆଲୋଚନା ହୋଇଥିଲା । ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ବନ୍ଧ ରହିଛି । ପରମାଣୁ, ଅନ୍ତରୀକ୍ଷ, ଏବଂ ରକ୍ଷା କ୍ଷେତ୍ରରେ ଦୀର୍ଘକାଳୀନ ସହଭାଗୀତା ନେଇ ଆଲୋଚନା ହୋଇଥିଲା ।
ବିଦେଶ ମନ୍ତ୍ରୀ କହିଛନ୍ତି ଯେ ଆଫଗାନିସ୍ଥାନରେ ଯାହା ଘଟିଥାଏ ତାହାର ସିଧା ପ୍ରଭାବ ଭାରତ ଉପରେ ମଧ୍ୟ ପଡିଥାଏ । ଏକ ରାଜନୈତିକ ସମାଧାନର ପରିଣାମ ସ୍ୱରୂପ, ସ୍ୱାଧୀନ, ସାର୍ବଭୌମ, ମିଳିତ ଭାବରେ ଆଫଗାନିସ୍ତାନ ସହ ଆଲୋଚନା କରାଯିବା ଉଚିତ୍ ।
ଋଷ ବିଦେଶ ମନ୍ତ୍ରୀ ଭାରତ ଏବଂ ପ୍ରଶାନ୍ତ କ୍ଷେତ୍ର ଉପରେ ଭାରତର ଦୃଷ୍ଟିକୋଣକୁ ନେଇ ଚର୍ଚ୍ଚା କରିଥିଲେ । ଲାବରୋବ କହିଛନ୍ତି କି ସେ ଆଫଗାନିସ୍ଥାନ ସହିତ ଶାନ୍ତିପୂର୍ଣ୍ଣ ଚକ୍ତିନାମା, ସିରିଆ, ଇରା. ଯବନର ସ୍ଥିତି ଉପରେ ଚର୍ଚ୍ଚା କରାଯାଇଛି । ସଂଯୁକ୍ତ ରାଷ୍ଟ୍ର, ବ୍ରିକ୍ସ, ଶାଙ୍ଘାଇ ମଧ୍ୟରେ ଋୁଷ ଭାରତର ଗରୁତ୍ୱ ମନେ କରୁଛି ।
ଏସ ୪୦୦ମିସାଇଲ ଚୁକ୍ତିକୁ ନେଇ ଋୁଷ ବିଦେଶ ମନ୍ତ୍ରୀ କହିଛନ୍ତି କି ଆମେରିକା ଭାରତ ଉପରେ ଚାପ ପକାଇବାକୁ ଋଷ ତାକୁ କାହିନାହିଁ । ଏହାଛଡା ଯଦି କୌଣସି ଦେଶ ଋଷ ସହିତ ଚକ୍ତିନାମା କରିବାକୁ ଚାହୁଁଥାଏ ତାହେଲେ ସେମାନଙ୍କ ଉପରେ ମଧ୍ୟ ଚାପ ନ ପକାଯିବା ଆବଶ୍ୟକ ।
ମେକ୍ ଇନ୍ ଇଣ୍ଡିଆରେ ଋଷର ସାମରିକ ଉପକରଣର ଅତିରିକ୍ତ ଉତ୍ପାଦନ ବିଷୟରେ ଆଲୋଚନା କରାଯାଇଛି । ଏଥି ସହିତ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚିଙ୍କ ଉଭୟ ମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଦ୍ୱିପାକ୍ଷିକ ବୈଠକର ଫଟୋକୁ ଟୁଇଟରେ ସେୟାର କରିଛନ୍ତି ।
ଲାବରୋବଙ୍କ ଗସ୍ତ ପୂର୍ବରୁ ସୋମବାର ରୁଷ ଦୂତାବାସ କହିଛି ଯେ ଶୁଭେଚ୍ଛା, ସହମତି ଏବଂ ସମାନତାର ନୀତି ଆଧାରରେ ସାମୂହିକ କାର୍ୟ୍ୟକଳାପକୁ ଋଷ ଗୁରୁତ୍ୱ ଦେବ। ଦୂତାବାସ କହିଛି ଯେ ଭାରତ ସହିତ ସାମରିକ ସହଭାଗିତ ଋଷର ବୈଦଶିକ ନୀତିର ପ୍ରାଥମିକତା ।
ରୁଷ ଦୂତାବାସ କହିଛି ଯେ ଲାବରୋବତାଙ୍କ ଗସ୍ତ ସମୟରେ ଆଗାମୀ ଉଚ୍ଚ ସ୍ତରୀୟ ବଠକ, ଦ୍ୱିପାକ୍ଷିକ ସମ୍ପର୍କର ବିଭିନ୍ନ ଦିଗ, ଏବଂ ୨୦୧୯ରେ ଅନୁଷ୍ଠିତ ହୋଇଥିବା ଭାରତ ଋଷ ଶିଖର ସମ୍ମଳନୀର ଫଳାଫଳକୁ ନେଇ ଆଲୋଚନା ହେବ ।

Get real time updates directly on you device, subscribe now.