fbpx

ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଲେ ବଲିଉଡ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ଭିଣୋଇ, ଭଉଣୀ ଆହତ

ନୂଆଦିଲ୍ଲୀ: ଆସିଛି ଏକ ବଡ଼ ଦୁଃଖ ଖବର । ବଲିଉଡ ଅଭିନେତା ପଙ୍କଜ ତ୍ରିପାଠୀଙ୍କ ଭିଣୋଇ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ଦୁର୍ଘଟଣା ପରେ ଅଭିନେତାଙ୍କ ଭିଣୋଇ ରାଜେଶ ତିୱାରୀ ଓରଫ ମୁନ୍ନା ତିୱାରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ରାଜେଶ ନିଜେ କାର ଡ୍ରାଇଭିଂ କରୁଥିଲେ । ବିହାରର ଗୋପାଲଗଞ୍ଜର କମାଲପୁରରୁ ନିରସା ଅଭିମୁଖେ ରାଜେଶ ଓ ତାଙ୍କ ପତ୍ନୀ ଯିବା ସମୟରେ ଏହି ଅଘଟଣ ଘଟିଥିଲା ।

ଏହି ଦୁର୍ଘଟଣାରେ ନିରସା ଅଳ୍ପକେ ବର୍ତ୍ତି ଯାଇଥିଲେ ହେଁ ସେ ଆହତ ହୋଇଛନ୍ତି । ସେ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ୧୯ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିଲା । ସୂଚନାଯୋଗ୍ୟ ଯେ, ରାଜେଶ ରେଳ ବିଭାଗରେ କାର୍ଯ୍ୟରତ ଥିଲେ । ରେଲୱେର ଜିଏମ ଅଫିସରେ ତାଙ୍କର ଡ୍ୟୁଟି ଥିଲା । ସେ ଛୁଟିରେ ନିଜ ଘର ଗୋପାଲଗଞ୍ଜକୁ ଯାଇଥିଲେ । ସେଠାରୁ ଫେରିବା ସମୟରେ ଏହି ଅଘଟଣ ଘଟିଥିଲା ।

Get real time updates directly on you device, subscribe now.