fbpx

ବାକି ଦେବାକୁ ମନାକଲେ କୁକୁଡ଼ା ଦୋକାନୀ; ରାଗିଗଲେ ଗ୍ରାହକ, ପିଟି ପିଟି କଲେ ହତ୍ୟା

ନୂଆଦିଲ୍ଲୀ: ରୋହତାସରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଦୁର୍ବୃତ୍ତମାନେ ଜଣେ ଦୋକାନୀଙ୍କୁ ଅତି ନିର୍ମମ ଭାବେ ପିଟି ପିଟି ହତ୍ୟା କରିଥିବା କୁହାଯାଉଛି । ଦୋକାନୀଙ୍କ ଏକମାତ୍ର ଦୋଷ ଥିଲା ଯେ ସେ ସେହି ଦୁର୍ବୃତ୍ତମାନଙ୍କୁ କୁକୁଡ଼ା ଦେବାକୁ ମନା କରିଦେଇଥିଲେ। ଯାହା ପରେ ମୃତକଙ୍କ ପରିବାର ଲୋକେ କାନ୍ଦିକାନ୍ଦି କାନ୍ଦୁଛନ୍ତି ।

ଦୋକାନୀ କହିଲେ ଯେ ଆପଣ ଚିକେନ୍ କିଣିବାକୁ ଚାହୁଁଛନ୍ତି ବୋଲି ଆମର କିଛି ଅସୁବିଧା ନାହିଁ, କିନ୍ତୁ ଏହା ପୂର୍ବରୁ ଆପଣ ଆମକୁ ମୂଲ୍ୟ ଦିଅନ୍ତୁ। ଏହି ଘଟଣାରେ ଦୁର୍ବୃତ୍ତମାନେ ଦୋକାନୀଙ୍କୁ ଏତେ ନିର୍ମମ ଭାବେ ମାଡ଼ ମାରିଥିଲେ ଯେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ ବ୍ୟକ୍ତିଙ୍କ ନାମ ଧନେଶ୍ୱର ଚୌଧୁରୀ ଗୁପ୍ତା ବୋଲି ଜଣାପଡ଼ିଛି ।

ମୃତକଙ୍କ ପୁଅ ଘଟଣାସ୍ଥଳରେ ପହଞ୍ଚିବା ପରେ ସେ ତରବରିଆ ଭାବେ ବାପାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ, କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଧନେଶ୍ୱର ସିଂହଙ୍କ ମୃତ୍ୟୁ ଘଟିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ପୁରା ଘଟଣାର ତଦନ୍ତ କରୁଛି ପୋଲିସ । ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛି ପୋଲିସ । ଅଭିଯୁକ୍ତଙ୍କୁ କୌଣସି ପରିସ୍ଥିତିରେ ବି ଛଡ଼ାଯିବ ନାହିଁ। ଏହିପରି ନୃଶଂସ ଘଟଣା ପୁଣି ଥରେ ବିହାରର ଆଇନ ଶୃଙ୍ଖଳା ଉପରେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Get real time updates directly on you device, subscribe now.