fbpx

ଲୋକସଭା ପ୍ରାର୍ଥୀ କୁଅଁର ସର୍ବେଶ ସିଂହଙ୍କ ମୃତ୍ୟୁ ପରେ ଏବେ କ’ଣ ହେବ: ମତଦାନ ସରିଛି, କେଉଁ ଦଳ ବିଜୟୀ ହେବ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମୁରାଦାବାଦ ଆସନରୁ ବିଜେପିରୁ ଲୋକସଭା ପ୍ରାର୍ଥୀ ହୋଇଥିବା କୁଅଁର ସର୍ବେଶ ସିଂହଙ୍କ ମୃତ୍ୟୁ ପରେ ଏବେ ନୂଆ ପ୍ରଶ୍ନ ସାମ୍ନାକୁ ଆସିଛି । ଗତ ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ପ୍ରକ୍ରିୟାରେ ଉକ୍ତ ଆସନରେ ଭୋଟିଂ ସରିଯାଇଛି । ନିଜେ କୁଅଁର ମଧ୍ୟ ନିଜ ଭୋଟ ଦେଇଥିଲେ । ତେଣୁ ଉକ୍ତ ଆସନର ପ୍ରାର୍ଥୀଙ୍କ ପରଲୋକ ପରେ ସେଠାରେ ପୁଣି ଥରେ ନିର୍ବାଚନ ହେବ କି ନା ସେନେଇ ପ୍ରଶ୍ନ ଉଠିଛି ।

ଏପରି ସ୍ଥିତିରେ ବିଜେପି ପ୍ରାର୍ଥୀଙ୍କ ଦେହାନ୍ତ ପରେ ଭୋଟ ଗଣତି ଓ ନିର୍ବାଚନ ପ୍ରକ୍ରିୟାରେ କୌଣସି ପ୍ରଭାବ ପଡ଼ିବ ନାହିଁ । ନିର୍ବାଚନ କାଉଣ୍ଟିଂ ପ୍ରକ୍ରିୟା ସମାପ୍ତ କରାଯିବ । ଯଦି ସ୍ୱର୍ଗତ କୁଅଁର ଉକ୍ତ ଆସନରୁ ବିଜୟୀ ହୁଅନ୍ତି ତେବେ ମୁରାଦାବାଦ ଆସନରେ ପୁଣି ଥରେ ଲୋକସଭା ନିର୍ବାଚନ କରାଯିବ । ସେହିପରି ଯଦି ସେ ହାରି ଯାଆନ୍ତି ତେବେ ବିଜୟୀ ପ୍ରାର୍ଥୀଙ୍କୁ ସାଂସଦ ପ୍ରମାଣପତ୍ର ଦିଆଯିବ ଓ ନିର୍ବାଚନ ପ୍ରକ୍ରିୟା ସମାପ୍ତ ବୋଲି ଗ୍ରହଣ କରାଯିବ ।

ସୂଚନାଯୋଗ୍ୟ ଯେ, ଭାରତୀୟ ଜନତା ପାର୍ଟିର ଲୋକସଭା ପ୍ରାର୍ଥୀ କୁଅଁର ୟୁପିର ଜଣେ ବାହୁବଳୀ ନେତା ଭାବେ ବେଶ୍ ଜଣାଶୁଣା । ସେ ଠାକୁର ଜାତିର ନେତା ଅଟନ୍ତି । ମୁରାଦାବାଦ ଲୋକସଭା ଆସନ ଅଧିନରେ ଆସୁଥିବା ବଢ଼ାପୁର ବିଧାନସଭା ଆସନରୁ ତାଙ୍କର ପୁତ୍ର କୁଅଁର ସୁଶାନ୍ତ ସିଂହ ବିଧାୟକ ଅଛନ୍ତି । ୨୦୧୪ରେ କାଣ୍ଠ ବିଧାନସଭା କ୍ଷେତ୍ରରେ ହୋଇଥିବା ଲାଉଡସ୍ପିକର ବିବାଦକୁ ନେଇ ସର୍ବେଶ ବେଶ୍ ଚର୍ଚ୍ଚାକୁ ଆସିଥିଲେ ।

Get real time updates directly on you device, subscribe now.