fbpx

ଓୱେସିଙ୍କ ଗୋମାଂସ ମନ୍ତବ୍ୟକୁ ନେଇ ତୀବ୍ର ପ୍ରତିକ୍ରିୟା; ମାଧବୀ ଲତା କହିଲେ- ସେ କିପରି ବାରିଷ୍ଟର ହେଲେ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଉତ୍ତେଜନା ମଧ୍ୟରେ ହାଇଦ୍ରାବାଦରେ ଗୋମାଂସକୁ ନେଇ ଯୁଦ୍ଧ ଆରମ୍ଭ ହୋଇଛି। ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସି ନିର୍ବାଚନ ପ୍ରଚାର ସମୟରେ ଗୋମାଂସ ବିକ୍ରି କରୁଥିବା ଜଣେ ଦୋକାନୀଙ୍କ ଦୋକାନକୁ ଯାଇ ‘ଜିନ୍ଦାବାଦ’ର ସ୍ଲୋଗାନ ଦେଇଥିଲେ। ଏବେ ଏହି ପ୍ରସଙ୍ଗରେ ହାଇଦ୍ରାବାଦରୁ ବିଜେପି ପ୍ରାର୍ଥୀ ମାଧବୀ ଲତା ତାଙ୍କ ବିରୋଧରେ ମୁହଁ ଖୋଲିଛନ୍ତି। ମାଧବୀ ଲତା କହିଛନ୍ତି ଯେ ଓୱେସି କିପରି ବାରିଷ୍ଟର ହେଲେ?

ମାଧବୀ ଲତା କହିଛନ୍ତି, ଓୱେସି କିପରି ବାରିଷ୍ଟର ହେଲେ ତାହା ମୁଁ ବୁଝିପାରୁନାହିଁ। ସେ ବ୍ୟକ୍ତିଗତ ଆଇନ ବିଷୟରେ କହୁଛନ୍ତି। ବ୍ୟକ୍ତିଗତ ଆଇନ ଅନୁଯାୟୀ, ‘ଫତୱା’ ଏମିତି ଏକ ଜିନିଷ ଯାହାକୁ ସମସ୍ତେ ଅନୁସରଣ କରିବା ଦରକାର। ଗୋମାଂସ ଖାଇବା ଉଚିତ ନୁହେଁ ବୋଲି ଫତୱା ଥିବା ବେଳେ ସେ ଫତୱା ବିରୁଦ୍ଧରେ କେମିତି ଯାଉଛନ୍ତି? ଅର୍ଥାତ୍ ସେ ନିଜ ଧର୍ମକୁ ମଧ୍ୟ ସମ୍ମାନ ଦିଅନ୍ତି ନାହିଁ।

ଜଣେ ମୁସଲମାନଙ୍କ ଜୀବନ କ’ଣ ଏମିତି ଯେ ଏହା ଗୋମାଂସ କାଟି ଖାଇବା କୁ ନେଇ ଘୂରି ବୁଲୁଛି? ଆପଣ (ଓୱେସି) ଏହା ଉପରେ ଭୋଟ୍ ମାଗୁଛନ୍ତି କି? ସେ କାହିଁକି ମୁସଲମାନମାନଙ୍କ ଜୀବନକୁ ଏତେ ଛୋଟ କରୁଛନ୍ତି? ସେମାନେ ଶିକ୍ଷା ଲାଭ କରିବା ଏବଂ ଦେଶ ପାଇଁ କିଛି ହେବା ବିଷୟରେ କହିବା ଉଚିତ୍। ଗୋମାଂସ କାଟିବାର ଅର୍ଥ କ’ଣ? ଭୋଟ୍ ମାଗିବା ପାଇଁ ସେମାନଙ୍କୁ ଆଉ କିଛି ମିଳିଲା ନାହିଁ କି? ଏହା ମୋ ପାଇଁ ଆଶ୍ଚର୍ଯ୍ୟଜନକ ବୋଲି ସେ କହିଛନ୍ତି।

ଅସଲରେ ଅସଦୁଦ୍ଦିନ ଓୱେସିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଓୱେସି ଏକ ଦୋକାନ ବାହାରେ ଠିଆ ହୋଇ ଦୋକାନର ନାମ ପଢ଼ି କହୁଛନ୍ତି, ରେହାନ ଗୋମାଂସ ଦୋକାନ! ଜିନ୍ଦାବାଦ୍। ଏହାପରେ ସେ କାଟିବା ଜାରି ରଖନ୍ତୁ ବୋଲି କହୁଥିବା ମଧ୍ୟ ଶୁଣିବାକୁ ମିଳିଥିଲା। ଏହି ଭିଡିଓ ସାମ୍ନାକୁ ଆସିବା ପରେ ବିବାଦ ବଢିଯାଇଛି । ଏହାକୁ ନେଇ ସେ ଲଗାତାର ବିଜେପି ନେତାଙ୍କ ଟାର୍ଗେଟରେ ରହିଛନ୍ତି।

Get real time updates directly on you device, subscribe now.