fbpx

(Video) ଅନୁଭବଙ୍କୁ ମିଳିଲାନି ଟିକେଟ୍: ହେଲେ ଦଳରେ ସାମିଲ ହେବା ପରେ ପରେ ବର୍ଷାଙ୍କୁ ମିଳିଗଲା ଟିକେଟ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏପ୍ରିଲ ୧୯ରୁ ଦେଶରେ ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଥିବା ବେଳେ ମେ ୧୩ରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହେବ । ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଜାରି କରୁଥିବା ବେଳେ ଏହା ମଧ୍ୟରେ ନେତାଙ୍କର ଦଳ ବଦଳ ପ୍ରକ୍ରିୟା ଦେଖିବାକୁ ମିଳିଛି । ତେବେ ଆଜି ବିଜେଡି ବିଧାନସଭା ନିର୍ବାଚନ ପାଇଁ ତା’ର ୬ଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଥିବା ବେଳେ ଏହା ମଧ୍ୟରେ ଦେଖିବାକୁ ମିଳିଛି ଏକ ବଡ଼ ଘଟଣା ।

ନିକଟରେ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ । ବିଜେଡିରେ ତାଙ୍କୁ ଅଣଦେଖା କରାଯାଇଥିବାରୁ ସେ ଅସନ୍ତୁଷ୍ଟ ପ୍ରକାଶ କରି ଦଳ ଛାଡ଼ିବା ନିଷ୍ପତ୍ତି ନେଇଥିଲେ । ଅନ୍ୟପକ୍ଷରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଦଳରେ ସାମିଲ ହେବାର ଦୁଇଦିନ ନ ପୂରୁଣୁ ବିଜେଡି ତାଙ୍କୁ ପ୍ରାର୍ଥୀ କରିଛି । ବଡ଼ଚଣା ବିଧାନସଭା ଆସନ ପାଇଁ ବିଜେଡି ବର୍ଷାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଛି । ଅନୁଭବ ବର୍ଷ ବର୍ଷ ଧରି ବିଜେଡିରେ ରହି କାର୍ଯ୍ୟ କରିଥିଲେ ହେଁ ତାଙ୍କୁ ଅଣଦେଖା କରାଯାଇଥିବା ବେଳେ କେଉଁ କାରଣରୁ ବର୍ଷାଙ୍କୁ ଦଳ ଏତେ ଗୁରୁତ୍ୱ ଦେଲା ତାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

Get real time updates directly on you device, subscribe now.