fbpx

ସସପେଣ୍ଡ୍ ହେଲା କଙ୍ଗନା ରାଣାୱତଙ୍କ ଟ୍ଵିଟର ଆକାଉଣ୍ଟ, ସୋସିଆଲ ମିଡିଆରେ MEMES ଭାଇରଲ

ମୁମ୍ବାଇ ୦୪ । ୦୫ (ଓଡ଼ିଶା ଭାସ୍କର) : ବଲିଉଡ଼ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଟ୍ଵିଟର ଆକାଉଣ୍ଟ ସସପେଣ୍ଡ କରାଯାଇଛି । ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ କରି ଟ୍ଵିଟର ନିୟମ ନମାନିବାର ଅଭିଯୋଗରେ କଙ୍ଗନାଙ୍କ ଟ୍ଵିଟର ଆକାଉଣ୍ଟ ସସପେଣ୍ଡ ହୋଇଥିବା ସୂଚନା ରହିଛି । ଏନେଇ ସୋସିଆଲ ମିଡିଆରେ କଙ୍ଗନାଙ୍କ MEMES ଭାଇରାଲ  ହେବାରେ ଲାଗିଛି ।

ଗତ କିଛି ଦିନ ହେବ କଙ୍ଗନା ତାଙ୍କ ବିବାଦୀୟ ଟ୍ଵିଟ୍ କାରଣରୁ ଚର୍ଚ୍ଚାରେ ଥିଲେ। ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ସେଠାରେ ହୋଇଥିବା ହିଂସାକାଣ୍ଡକୁ ନେଇ କଙ୍ଗନା ନିଜର ପ୍ରତିକ୍ରିୟା ରଖିଥିଲେ । ଏହାସହ ସେ #BengalVoilence ହାଚ୍ ଟ୍ୟାଗ୍ ଦେଇ କାହାର ନାମ ନନେଇ ଟାର୍ଗେଟ୍ କରିଥିଲେ। କଙ୍ଗନା ତାଙ୍କ ଟ୍ଵିଟରେ ଲେଖିଥିଲେ ଯେ, ଆସାମ ଏବଂ ପଣ୍ଡିଚେରୀରେ ବିଜେପି ଜିତିଛି, କିନ୍ତୁ ସେଠାରୁ କୌଣସି ହିଂସା ଖବର ଆସି ନାହିଁ। ବେଙ୍ଗଲ ନିର୍ବାଚନରେ ​​ଟିଏମସି ଜିତିବା ପରେ ଶହ ଶହ ଲୋକଙ୍କ ମୃତ୍ୟୁ ଖବର ଆସିଛି।

ଏହାପୂର୍ବରୁ କଙ୍ଗନା ଅମ୍ଳଜାନ ଉପରେ ଟ୍ୱିଟ କରି ଟ୍ରୋଲ ହୋଇଥିଲେ। ବହୁ ୟୁଜର ତାଙ୍କର ମଜାକ ଉଡାଇଥିଲେ। ଏପରିକି ବହୁ ୟୁଜର ତାଙ୍କୁ ଟ୍ଵିଟର ଆକାଉଣ୍ଟ ଲଗଆଉଟ୍ କରିଦେବାକୁ କହିଥିଲେ।

Get real time updates directly on you device, subscribe now.