fbpx

କରୋନାର ଦ୍ୱିତୀୟ ଲହର କେତେ ଭୟଙ୍କର: ୭୦ ଲକ୍ଷ ଲୋକ ଚାକିରି ହରାଇଲେଣି, ଆଗକୁ ଆହୁରି ବଢ଼ିବ!!!

ନୂଆଦିଲ୍ଲୀ, ୪ା୫: କରୋନା ପ୍ରଭାବରେ ସମଗ୍ର ଦେଶବାସୀ ଶନିଦଶା ଭୋଗୁଛନ୍ତି । ଦିନକୁ ଦିନ ଦେଶରେ ବେକାରୀ ସଂଖ୍ୟା ବଢ଼ିବାରେ ଲାଗିଛି । କରୋନାର ପ୍ରଥମ ଲହରରେ ଲକ୍ଷ ଲକ୍ଷ ଲୋକ ନିଜର ଜୀବିକା ହରାଇ ବେକାର ହୋଇଥିଲେ । ସମାନ ଅବସ୍ଥା ବର୍ତ୍ତମାନ କରୋନାର ଦ୍ୱିତୀୟ ଲହରରେ ସୃଷ୍ଟି ହୋଇଛି । ବିଭିନ୍ନ ରାଜ୍ୟ ସରକାର ଲକଡାଉନ ଓ କଟକଣା ଜାରି କରିଥିବାରୁ ଏଭଳି ସ୍ଥିତି ଦେଖିବାକୁ ମିଳିଛି ।

ଏକ ବେସରକାରୀ ସଂସ୍ଥାର ରିପୋର୍ଟ ଅନୁଯାୟୀ, ଗୋଟିଏ ମାସ ମଧ୍ୟରେ ଦେଶର ୭୦ ଲକ୍ଷରୁ ଅଧିକ ଲୋକ ଚାକିରି ହରାଇଛନ୍ତି । ଗତ ମାର୍ଚ୍ଚ ମାସରେ ଦେଶରେ ବେକାରୀ ହାର ୬.୫ ପ୍ରତିଶତ ରହିଥିବା ବେଳେ ଏପ୍ରିଲ ମାସକୁ ବୃଦ୍ଧିପାଇ ତାହା ୭.୯୭ ପ୍ରତିଶତରେ ପହଞ୍ଚି ଯାଇଛି । ଦେଶରେ କୋଭିଡ କଟକଣା ଲାଗୁ ହେବା ଫଳରେ ନିଯୁକ୍ତି ସୁଯୋଗ ଶୂନ ହୋଇ ଯାଇଛି । ଗତ ବର୍ଷ କରୋନାରେ ବେକାରୀ ସଂଖ୍ୟା ବଢ଼ିଥିଲେ ହେଁ ସେପ୍ଟେମ୍ବର ବେଳକୁ ଅର୍ଥନୀତିରେ ଧୀରେଧୀରେ ସୁଧାର ଆସିଥିଲା । ମାତ୍ର ପୁଣି କରୋନାର ଦ୍ୱିତୀୟ ଲହର ସବୁ ବିଗାଡ଼ି ଦେଇଛି । ଯଦି କରୋନା ଏପରି ଭାବରେ ଜାରି ରହେ, ଆଗକୁ କ’ଣ ଘଟିବ, ତାହା ଅନୁମାନ କରିବା କଷ୍ଟକର ।

Get real time updates directly on you device, subscribe now.