fbpx

କରୋନା କବଜାରେ ଅଭିନେତ୍ରୀ ଦୀପିକା ପାଦୁକୋନ୍‌

ନୂଆଦିଲ୍ଲୀ,୪ ।୫: କରୋନାର ଦ୍ୱିତୀୟ ଲହର ଦ୍ରୁତ ଗତିରେ ମାଡିଚାଲିଛି । ରାଜନେତାଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟମାନେ ଏହାର ଶିକାର ହେଉଛନ୍ତି । କିଛି ସମୟ ପୂର୍ବରୁ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ପିତା ପ୍ରକାଶ ପାଦୁକୋନ କରୋନା ପଜିଟିଭ୍ ହୋଇଥିବା ଖବର ସାମ୍ନାକୁ ଆସିଥିଲା । ପରେ ଖୋଦ୍ ଦୀପିକା ପାଦୁକୋନ୍ କରୋନାର ଶିକାର ହୋଇଛନ୍ତି । ଅଭିନେତ୍ରୀଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି ।

 

ତେବେ ଦୀପିକାଙ୍କ ପିତା ଗତ ସପ୍ତାହରେ କରୋନା ପଜିଟିଭ୍ ହୋଇଥିଲେ । ନିକଟରେ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏବେ ଝିଅ ଅର୍ଥାତ୍ ଦୀପିକା ପାଦୁକୋନ୍ ମଧ୍ୟ କରୋନା କବଜାକୁ ଆସିଛନ୍ତି । ଏହା ପୂର୍ବରୁ ଆଲିଆ ଭଟ୍ଟ, ଭୂମି ପେଡନେକର, ଭିକ୍କି କୌଶଲ, କ୍ୟାଟରିନା କୈଫ, ଅକ୍ଷ୍ର କୁମାର, ସୋନୁ ସୁଦ୍ ଆଦି କରୋନା ପଜିଟିଭ୍ ହୋଇଥିଲେ ।

Get real time updates directly on you device, subscribe now.