fbpx

ଭାରତର ୮୬ଟି ପ୍ରତିଷ୍ଠାନକୁ ପଠାଗଲା ୪୦ ଲକ୍ଷ ବିଦେଶୀ କୋଭିଡ ରିଲିଫ ସାମଗ୍ରୀ

ନୂଆଦିଲ୍ଲୀ,୪ ।୫: କରୋନା ମହାମାରୀର ଦ୍ୱିତୀୟ ଲହର ବଢି ବଢି ଚାଲିଛି । କରୋନା ବିରୋଧରେ ଭାରତ ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହ ମିଶି ‘ସମ୍ପୂର୍ଣ୍ଣ ସରକାର’ ନୀତି ସହ ଲଢୁଛନ୍ତି । ଦେଶରେ ଦ୍ରୁତ ଗତିରେ ମାଡିଚାଲିଥିବା କରୋନା ମହାମାରୀ ଯୋଗୁଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଭୁଶୁଡି ପଡିଛି । ତେବେ କରୋନା ମହାମାରୀ ବିରୋଧ ଏହି ଯୁଦ୍ଧରେ ବିଶ୍ୱ ସମୁଦାୟ ଭାରତ ପାଇଁ ସାହାଯ୍ୟର ହାତ ବଢାଇଛି । ଅନେକ ଦେଶ ଦ୍ୱାରା ଚିକିତ୍ସା ଉପକରଣ, ଔଷଧ, ଅକ୍ସିଜେନ୍‌, ଭେଣ୍ଟିଲେଟର ଇତ୍ୟାଦି ଦିଆଯାଉଛି ।

ତେବେ ଅତିରିକ୍ତ ସ୍ୱାସ୍ଥ୍ୟ ସଚିବଙ୍କ ଅଧୀନରେ ମନ୍ତ୍ରଣାଳୟରେ ଏକ ସେଲ୍ ଗଠନ କରାଯାଇଛି । ଏହା ଅନୁଦାନ ସହାୟତା ଏବଂ ଦାନ ଆକାରରେ ବିଦେଶୀରୁ ମିଳୁଥିବା ସହାୟତାକୁ ରଖିବା ସହ ବଣ୍ଟନ କରୁଛି । ଏହି ସେଲ୍ ୨୬ ଏପ୍ରିଲ ୨୦୨୦ ଠାରୁ କାର୍ଯ୍ୟକ୍ଷମ ଅଛି । ଏଥିରେ ଶିକ୍ଷା ମନ୍ତ୍ରଣାଳୟର ଯୁଗ୍ମ ସଚିବ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ସ୍ତରର ଦୁଇଜଣ ଅଧିକାରୀ, ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଅର୍ଥନେତିକ ପରାମର୍ଶଦାତା, ଏଚଏଲଏଲରୁ ବୈଷୟିକ ପରାମର୍ଶଦାତା, ଜିଏଚଏସ୍ ପ୍ରତିନିଧୀ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଦୁଇଜଣ ଯୁଗ୍ମ ସଚିବ ରହିଛନ୍ତି ।

ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ସମସ୍ତ ମାନଦଣ୍ଡ ଓ ନୀତିକୁ ଆଧାର କରି ୨୪ଟି ବିଭିନ୍ନ ବର୍ଗର ୪୦ ଲକ୍ଷ ରିଲିଫ ସାମଗ୍ରକୁ ବିଭିନ୍ନ ରାଜ୍ୟର ୮୬ଟି ଅନୁଷ୍ଠାନକୁ ପଠାଯାଇଛି ।

Get real time updates directly on you device, subscribe now.