fbpx

ମା’ ହେଲେ ପ୍ରିୟଙ୍କା ଚୋପ୍ରା, ସରୋଗେସୀ ଜରିଆରେ ସ୍ୱାଗତ କଲେ ନୂତନ ଅତିଥି

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ମାଆ ବନିଛନ୍ତି । ଏନେଇ ସେ ସୋସିଆଲ୍ ମିଡିଆରେ ନିଜ ଫ୍ୟାନ୍ସ ମାନଙ୍କୁ ସୂଚନା ଦେଇଛନ୍ତି । ତେବେ ଛୁଆର ଜନ୍ମ ସରୋଗେସୀ ଦ୍ୱାରା ହୋଇଛଇ । ୨୦୧୮ ମସିହାରେ ନିକ୍ ଜୋନସ୍ ଙ୍କୁ ବିବାହ କରିଥିଲେ ପ୍ରିୟଙ୍କା । ସେ ନିଜ ଇନଷ୍ଟାଗ୍ରାମ ଜରିଆରେ କହିଛନ୍ତି ଯେ, ଏହି କଥା କହିବାକୁ ଖୁସି ଲାଗୁଛି ଯେ, ଆମେ ସରୋଗେସେୀ ଜରିଆରେ ଏକ ଛୁଆକୁ ସ୍ୱାଗତ କରିଛୁ । ଆମେ ସମ୍ମାନର ସହିତ କହିବାକୁ ଚାହୁଁଛୁ ଯେ, ଆମ ପ୍ରାଇଭେସିର ଧ୍ୟାନ ରଖାଯାଉ ।

 

View this post on Instagram

 

A post shared by Priyanka (@priyankachopra)

ସୁଚନା ଯେ, ରାଜସ୍ଥାନରେ ପାରମ୍ପରିକ ରୀତିନୀତିରେ ୨୦୧୮ ରେ ନିକ୍ ଜୋନସ୍ ଙ୍କୁ ବିବାହ କରିଥିଲେ ପ୍ରିୟଙ୍କା । ଅଧିକାଂଶ ସମୟ ସେ ଆମେରିକାରେ ନିଜର ସ୍ୱାମୀଙ୍କ ସହିତ ରହୁଛନ୍ତି । ବଲିଉଡ୍ ରେ ସେ ସବୁଠାରୁ ଦାମୀ ଅଭିନେତ୍ରୀ ରହିଆସିଛନ୍ତି । ନିଜ ଅଭିନୟ ଦମ୍ ରେ ବଲିଉଡ୍ ରୁ ହଲିଉଡ୍ ପର୍ଯ୍ୟନ୍ତ ପହଞ୍ଚିପାରିଛନ୍ତି ପ୍ରିୟଙ୍କା । ଏଥିପାଇଁ ତାଙ୍କୁ ଜାତୀୟ ପୁରସ୍କାର ଓ ଫିଲ୍ମ ଫେୟାର୍ ଆୱାର୍ଡ ମଧ୍ୟ ମିଳିସାରିଛି । ୨୦୦୦ ମସିହାରେ ବିଶ୍ୱ ସୁନ୍ଦରୀ ଟାଇଟଲ୍ ଜିତିଛନ୍ତି ପ୍ରିୟଙ୍କା ।

Get real time updates directly on you device, subscribe now.