fbpx

ନାଗ ଚୈତନ୍ୟଙ୍କ ଠାରୁ ଅଲଗା ହେବା ପୋଷ୍ଟକୁ ଡିଲିଟ୍ କଲେ ସାମନ୍ଥା(ଦେଖନ୍ତୁ ଭିଡିଓ)

ନୂଆଦିଲ୍ଲୀ: ସାଉଥ୍ ଇଣ୍ଡଷ୍ଟ୍ରୀର କ୍ୟୁଟ୍ କପଲ୍ ସାମନ୍ଥା ରୁଥ୍ ପ୍ରଭୁ ଓ ନାଗା ଚୈତନ୍ୟ ଗତ ବର୍ଷ ନିଜ ବିବାହ ବିଚ୍ଛେଦର ଖବର ଦେଇ ସମସ୍ତଙ୍କୁ ଚକିତ କରିଦେଇଥିଲେ । ଦୁହେଁ ସୋସିଆଲ୍ ମିଡିଆରେ ପୋଷ୍ଟ ସେୟାର୍ କରି ଏ ସମ୍ପର୍କରେ ସୂଚନା ଦେଇଥିଲେ । ବିବାହ ବିଚ୍ଛେଦ ପରଠାରୁ ଦୁହେଁ ଚର୍ଚ୍ଚାରେ ରହିଛନ୍ତି । ସୋସିଆଲ ମିଡିଆରେ ଦୁହିଁଙ୍କ ବିବାହ ବିଚ୍ଛେଦର ଖବର ଚର୍ଚ୍ଚାରେ ରହିଥିବା ବେଳେ କେହି ବି ଏନେଇ କୌଣସି ପ୍ରକାର ପ୍ରତିକ୍ରିୟା ରଖିନଥିଲେ । ୨୦୨୧ ଅକ୍ଟୋବର ମାସରେ ବିବାହ ବିଚ୍ଛେଦର ସୂଚନା ଦେଇଥିଲେ । ହେଲେ ଏବେ ସାମନ୍ଥା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏପରି କିଛି କରିଛନ୍ତି ଯାହା ସମସ୍ତଙ୍କୁ ଦ୍ୱନ୍ଦରେ ପକାଇଛି ।

ବାସ୍ତବରେ କହିବାକୁ ଗଲେ ସାମନ୍ଥା ଇନଷ୍ଟାଗ୍ରାମ ଆକାଉଣ୍ଟରୁ ବିବାହ ବିଚ୍ଛେଦ ନେଇ କରିଥିବା ଲମ୍ବା ଚଉଡ଼ା ପୋଷ୍ଟକୁ ଡିଲିଟ୍ କରି ଦେଇଛନ୍ତି । ତେବେ ରିପୋର୍ଟରୁ ପ୍ରକାଶ ଯେ, ସାମନ୍ଥା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ୍ କ୍ଲିନ୍ କରୁଥିବା ସମୟରେ ପୋଷ୍ଟ ଡିଲିଟ୍ ହୋଇଯାଇଛି । ତେବେ ସେମାନେ ଦୁହେଁ ପୁଣିଥରେ ଏକାଠି ହେବାର କୌଣସି ଆଶଙ୍କା ନାହିଁ ।

ସୂଚନା ଯେ, ସାମନ୍ଥା ଏବେ ଛୁଟି ମନାଉଛନ୍ତି । ସେ ଏବେ ସ୍ୱିଜରଲ୍ୟାଣ୍ଡରେ ଅଛନ୍ତି ଓ ସୋସିଆଲ୍ ମିଡିଆରେ ପୋଷ୍ଟ ସେୟାର୍ କରିଛନ୍ତି । ତାଙ୍କ ପୋଷ୍ଟ୍ କୁ ୧୧ ଲକ୍ଷରୁ ଅଧିକ ଲାଇକ୍ ମିଳିସାରିଛି । ତେବେ ନିକଟରେ ଏକ ଫିଲ୍ମ ପ୍ରୋମୋଶନ୍ ସମୟରେ ନାଗା ବିବାହ ବିଚ୍ଛେଦକୁ ନେଇ ପ୍ରତିକ୍ରିୟା ଦେଇଥିଲେ । ସେ କହିଥିଲେ ଯେ, ସେ ଯଦି ଖୁସି ଅଛନ୍ତି ତାହେଲେ ମୁଁ ଖୁସି । ଏପରି ପରିସ୍ଥିତିରେ ଅଲଗା ଡିଭୋର୍ସ ହିଁ ଠିକ୍ ।

Get real time updates directly on you device, subscribe now.