fbpx

ମାସ୍କ ପିନ୍ଧି ସୁଟିଂ ଆରମ୍ଭ କଲେ ଅକ୍ଷୟ କୁମାର, ଫଟୋ ଲିକ୍

ସାରା ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ ଚାଲିଥିବା ବେଳେ କିଛିଟା ନିୟମକୁ କୋହଳ କରାଯାଇଛି । ଏହାରି ମଧ୍ୟରେ ମାସ୍କ ପିନ୍ଧି ସୁଟିଂ ଆରମ୍ଭ କରିଛନ୍ତି ବଲିଉଡ ଖିଲାଡି ଅକ୍ଷୟ କୁମାର । ସେଟର କିଛି ଫଟୋ ଲିକ୍ ହୋଇଛି , ଯେଉଁଥିରେ ଅକ୍ଷୟ ସମ୍ପୂର୍ଣ୍ଣ ସୁରକ୍ଷା ସହ ସୁଟିଂ ଆରମ୍ଭ କରିଥିବାର ନଜର ଆସିଛନ୍ତି । ତେବେ ମୁହଁରେ ମାସ୍କ ବାନ୍ଧି ଅକ୍ଷୟ ସୁଟିଂ ଶେଟରେ ଉପସ୍ଥିତି ଥିବା ବେଳେ ପାଖରେ ନିର୍ଦ୍ଦେଶକ ଓ ଅନ୍ୟ କେତେଜଣ ନଜର ଆସୁଛନ୍ତି। ଏମିତି କିଛି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ତେବେ ସୁଟିଂ ସେଟ୍‌ରେ ପରସ୍ପର ମଧ୍ୟରେ ସାମାଜିକ ଦୂରତ୍ୱ ବଜାୟ ରଖିବା ସହ ପ୍ରାୟ ସମସ୍ତେ ମାସ୍କ ପିନ୍ଧିଥିବା ଦେଖାଯାଇଛି। ଖୁବ୍‌ କମ୍‌ ଲୋକଙ୍କୁ ନେଇ ସୁଟିଂ କରଯାଉଥିବା ବେଳେ ସୁଟିଂ ସେଟ୍‌ରେ ବି ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଇଛି। ଏହା କୌଣସି ଫିଲ୍ମ ନୁହେଁ ବରଂ ଏକ ସରକାରୀ କ୍ୟାମ୍ପେନ ପାଇଁ ଏହି ସୁଟିଂ କରାଯାଉଥିବା ଜଣାପଡିଛି।

ତେବେ ଅକ୍ଷୟ ସହ ଫିଲ୍ମ ପ୍ୟାଡମ୍ୟାନ୍ ଏବଂ ‘ ମିଶନ୍ ମଙ୍ଗଲ ‘ ଭଳି ସିନେମାରେ କାମ କରିଥିବା ବାଲକି କହିଛନ୍ତି ଯେ, ୟୁନିଟ୍ ସଦସ୍ୟଙ୍କୁ ଲାଗୁଛି ସମସ୍ତ ନିର୍ଦ୍ଦେଶାବଳୀ ପାଳନ କଲେ ସୁଟିଂ ସହଜରେ ହୋଇପାରେ। ମାର୍ଚ୍ଚ ମଧ୍ୟଭାଗରୁ କରୋନା ଜୀବାଣୁ କାରଣରୁ ଚଳଚ୍ଚିତ୍ର ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ପାଇଁ ସୁଟିଂ ସ୍ଥଗିତ ରଖାଯାଇଛି।

Get real time updates directly on you device, subscribe now.