fbpx

ବିରାଟଙ୍କୁ ମିଳିଲା ବଲିଉଡ୍ ଅଫର: ଫିଲ୍ମ ପ୍ରଯୋଜକଙ୍କ ନିଦ ହଜାଇଦେଲା କୋହଲିଙ୍କ ଡ୍ୟାନ୍ସ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ନାମ ହିଁ ଯଥେଷ୍ଟ । ତାଙ୍କର କ୍ରୀଡ଼ା ଦକ୍ଷତାର ପ୍ରମାଣ ଦେବାର ଆବଶ୍ୟକତା ନାହିଁ । କ୍ରିକେଟ ମୈଦାନରେ ବିଶ୍ୱର ବହୁ ନାମିନାମୀ ବୋଲରଙ୍କ ନିଦ ହଜାଇ ଦେଇଥିବା କୋହଲିଙ୍କ ପାଇଁ ଆଜି ବି ବହୁତ ସୁନ୍ଦରୀ ପାଗଳ ହେଉଛନ୍ତି । ଗତ କିଛିବର୍ଷ ଧରି ବିରାଟଙ୍କ ବ୍ୟାଟ ଧିମେଇ ଯାଇଥିବା ବେଳେ ସେ ଅଚାନକ ଫର୍ମକୁ ଫେରି ସମସ୍ତଙ୍କୁ ହତବାକ କରିଦେଇଥିଲେ । ସେ ସମୟରେ ସୋସିଆଲ ମିଡ଼ିଆରେ ବିରାଟଙ୍କୁ ନେଇ ଯେତିକି ଚର୍ଚ୍ଚା ହୋଇଥିଲା ତାହା ହିଁ ତାଙ୍କର ଲୋକପ୍ରିୟତାର ବଡ଼ ପ୍ରମାଣ ।

ତେବେ ଏବେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ରେ ବିରାଟ ଜବରଦସ୍ତ ଧମାଲ କରୁଥିବା ବେଳେ ତାଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । କୋହଲିଙ୍କୁ ବଲିଉଡ ଫିଲ୍ମରେ ଅଭିନୟ ପାଇଁ ଅଫର ମିଳିଥିବା କୁହାଯାଉଛି । ନିକଟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)ର ପୂର୍ବତନ ଅଧିନାୟକ କୋହଲିଙ୍କ ଏକ ଡ୍ୟାନ୍ସ ଭିଡିଓ ଖୁବ୍ ଭାଇରାଲ ହୋଇଥିଲା । ପଡ଼ିଆରେ କୋହଲି ଜବରଦସ୍ତ ଡ୍ୟାନ୍ସ କରୁଥିବା ଦେଖାଯାଇଥିଲା ।

ତେବେ ଏହି ଭିଡିଓଟି ଗତ ୨୦୨୦ର ଆଇପିଏଲ ସିଜିନର ବୋଲି କୁହାଯାଉଛି । କୋହଲି ପଡ଼ିଆରେ ଅଭ୍ୟାସ କରିବା ସହିତ ଡ୍ୟାନ୍ସ ଷ୍ଟେପସ କରୁଥିବା ଦେଖାଯାଇଥିଲା । ଏହି ଗୀତର ବ୍ୟାକଗ୍ରାଉଣ୍ଟରେ ‘ହମ ପେ ୟେ କିସନେ ହରା ରଙ୍ଗ ଡାଲା’ ବାଜୁଥିଲା । ତେବେ କୋହଲିଙ୍କ ଏହି ଡ୍ୟାନ୍ସ ଦେଖି ମନ୍ତ୍ରମୁଗ୍ଧ ହୋଇପଡ଼ିଛନ୍ତି ଫିଲ୍ମ କ୍ରିଟିକ କମାଲ ଆର. ଖାନ । ସେ ଏହି ଭିଡିଓ ଶେୟାର କରି ଟ୍ୱିଟ ମାଧ୍ୟମରେ ନିଜର ପରବର୍ତ୍ତୀ ଫିଲ୍ମ ‘ଦେଶଦ୍ରୋହୀ-୨’ରେ ଆଇଟମ୍ ଡ୍ୟାନ୍ସ ପାଇଁ କୋହଲିଙ୍କୁ ଅଫର ଦେଇଛନ୍ତି । ନିକଟରେ କୋହଲି କୋଲକତା ନାଇଟ୍ ରାଇଡର୍ସ (କେକେଆର) ବିପକ୍ଷ ମ୍ୟାଚ ପରେ ଶାହରୁଖ ଖାନଙ୍କ ଠାରୁ ସହିତ ‘ଝୁମେ ଜୋ ପଠାନ’ ଗୀତରେ ଷ୍ଟେପସ୍ ଶିଖୁଥିବା ଦେଖାଯାଇଥିଲା । ତେବେ ଏହି ଅଫରକୁ କୋହଲି ଗ୍ରହଣ କରୁଛନ୍ତି କି ନା ତାହା ଆଗକୁ ଜଣାପଡ଼ିବ ।

Get real time updates directly on you device, subscribe now.