fbpx
BSKY
BJD MC SKY
BJD YOUTH SKY

‘ଯଦି ଅରବିନ୍ଦ କେଜ୍ରିୱାଲ ଦୁର୍ନୀତିଗ୍ରସ୍ତ,ତେବେ ଦୁନିଆରେ କେହି ସଚ୍ଚୋଟ ନାହାନ୍ତି’ କଥା କଥାରେ କେଜ୍ରିୱାଲ ମାରିଲେ ବାଣ

ନୂଆଦିଲ୍ଲୀ:ଆସନ୍ତାକାଲି ସିବିଆଇ ପ୍ରଶ୍ନ କରିବା ପୂର୍ବରୁ ଦିଲ୍ଲୀର ସିଏମ୍ ଅରବିନ୍ଦ କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଯଦି ଅରବିନ୍ଦ କେଜ୍ରିୱାଲ ଦୁର୍ନୀତିଗ୍ରସ୍ତ ତେବେ ଦୁନିଆରେ କେହି ସଚ୍ଚୋଟ ନାହାନ୍ତି । ଦିଲ୍ଲୀର ମଦ ଦୁର୍ନୀତିରେ ସେ ଇଡି ଏବଂ ସିବିଆଇ କୋର୍ଟକୁ ବିଭ୍ରାନ୍ତ କରିଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ଏହି ଦୁଇଟି ଏଜେନ୍ସି ମିଥ୍ୟା ପ୍ରମାଣ ଉପସ୍ଥାପନ କରି କୋର୍ଟକୁ ବିଭ୍ରାନ୍ତ କରିଛନ୍ତି ଯେଉଁଥିପାଇଁ ଆଜି ମନୀଷ ସିସୋଡିଆ ଜେଲରେ ଅଛନ୍ତି।

କେଜ୍ରିୱାଲ କହିଛନ୍ତି ଯେ ସିସୋଡିଆ ୧୪ ଟି ଫୋନ୍ ଭାଙ୍ଗି ପ୍ରମାଣ ନଷ୍ଟ କରିଥିବା ଅଭିଯୋଗ ହୋଇଛି। କେଜ୍ରିୱାଲ କହିଛନ୍ତି ଯେ ଏହି ଫୋନ୍ କାର୍ଯ୍ୟକ୍ଷମ ଅବସ୍ଥାରେ ଅଛି କିନ୍ତୁ କୋର୍ଟରେ ଭୁଲ ତଥ୍ୟ ଉପସ୍ଥାପନ କରାଯାଇଛି ଆଉ କୁହାଯାଇଛି ସିସୋଡିଆ ଏଥିରେ ସମ୍ପୃକ୍ତ ଥିଲା। କେଜ୍ରିୱାଲ କହିଛନ୍ତି ଇଡି, ସିବିଆଇ ୧୦୦ କୋଟି ଟଙ୍କା ଲାଞ୍ଚ ଅଭିଯୋଗ କରିଛି। କେଜ୍ରିୱାଲ କହିଛନ୍ତି ଯେ ଗତ ୭୫ ବର୍ଷ ମଧ୍ୟରେ କୌଣସି ଦଳ AAP ପରି ଟାର୍ଗେଟ ହେଇନଥିଲେ; ଆମେ ଲୋକଙ୍କ ମଧ୍ୟରେ ଭଲ ଶିକ୍ଷା ଉଚ୍ଚତମ ସ୍ୱାସ୍ଥ୍ୟ ସେବା ଦେବୁ ବୋଲି ଆଶାକୁ ବଢ଼େଇଛୁ, ସେମାନେ ଏହି ଆଶା ଶେଷ କରିବାକୁ ଚାହୁଁଛନ୍ତି। ଯେଉଁ ଦିନ ମୁଁ ଦିଲ୍ଲୀ ବିଧାନସଭାରେ ଦୁର୍ନୀତି ବିରୋଧରେ କହିଥିଲି, ମୁଁ ଜାଣିଥିଲି ପରବର୍ତ୍ତୀ ସଂଖ୍ୟା ମୋର ହେବ। ସେମାନେ ଏହି ଏଜେନ୍ସି ମାନକୁ କାବୁ କରି ରଖିଛନ୍ତି । ଆପ ଯେଉଁଦିନ ଜାତୀୟ ଦଳର ମାନ୍ୟତା ପାଇଲା ସେହି ଦିନ ମଧ୍ୟ ମୁଁ ସବୁ ଆପ କର୍ମୀ ମାନଙ୍କୁ କହି ଦେଇଥିଲେ ଜେଲ ଯିବା ପାଇଁ ଯଦି ଆପଣ ପ୍ରସ୍ତୁତ ଅଛନ୍ତି ତେବେ ଆମ ସହିତ ରୁହନ୍ତୁ ନଚେତ ଦଳ ଛାଡି ଦିଅନ୍ତୁ । ଆଉ ଦେଖନ୍ତୁ ଏବେ ମଧ୍ୟ ସମାନ ଘଟଣା ଘଟୁଛି ।

ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଗତ ୭୫ ବର୍ଷ ମଧ୍ୟରେ କୌଣସି ଦଳକୁ ଆପ ଭଳି ଟାର୍ଗେଟ କରାଯାଇ ନାହିଁ। ସେ କହିଛନ୍ତି, ‘ଏହାର କାରଣ ହେଉଛି ଆପ ଲୋକଙ୍କ ମଧ୍ୟରେ ଭରସା ସୃଷ୍ଟି କରିଛି ଯେ ଏହା ଦାରିଦ୍ର୍ୟ ଦୂରୀକରଣ କରିବ ଏବଂ ସେମାନଙ୍କୁ ଶିକ୍ଷିତ କରିବ। ସେମାନେ ଆମକୁ ଟାର୍ଗେଟ କରି ଏହି ଭରସାକୁ ନଷ୍ଟ କରିବାକୁ ଚାହୁଁଛନ୍ତି। ”ଆପ ଜାତୀୟ ସଂଯୋଜକ କହିଛନ୍ତି ଯେ ଏକ୍ସାଇଜ୍ ନୀତି ଏକ ଉତ୍ତମ ନୀତି ଏବଂ ଏହା ପଞ୍ଜାବରେ ଭଲ କାମ କରୁଛି, ଯେଉଁଠାରେ ତାଙ୍କ ଦଳ କ୍ଷମତାରେ ଅଛି ।

Get real time updates directly on you device, subscribe now.