ଭୁବନେଶ୍ୱର: ଓଲିଉଡ୍ ଫିଲ୍ମକୁ ବୁଡାଇଦେଲା ବଲିଉଡ୍ ଫିଲ୍ମ । ଏବେ ଓଡିଆ ଫିଲ୍ମ ଖୋଜୁଛି ସିନେମା ହଲ, ହେଲେ କୌଣସି ବି ଗୋଟିଏ ହଲ୍ ମିଳି ପାରୁ ନାହିଁ । ବଲିଉଡ୍ ଫିଲ୍ମ ଜୱାନ୍ ପାଇଁ ରିଲିଜ୍ ହୋଇପାରିନାହିଁ ୪ରୁ ଅଧିକ ଓଡ଼ିଆ ଫିଲ୍ମ । ଗଣେଶ ପୂଜା ନୂଆଁଖାଇ ପାଇଁ ରିଲିଜ ହେବାକୁ ଥିବା ସିନେମା ଏପର୍ଯ୍ୟନ୍ତ ରିଲିଜ ହୋଇପାରିନାହିଁ । ଏନେଇ ଅଭିଯୋଗ କରୁଛନ୍ତି ଓଡିଆ ସିନେ ପ୍ରଯୋଜକ । ବଲିଉଡ୍ର ପ୍ରଭାବରେ ଓଲିଉଡ୍ ଏବେ ପୁରା ଘାଇଲା । ବଲିଉଡ୍ ପ୍ରଭାବରେ ଓଡିଆ ସିନେମାକୁ ମିଳିପାରିନି ହଲ୍ । ରିଲିଜ୍ ହେବାକୁ ଥିବା ଫିଲ୍ମ ଏ ଯାଏଁ ଅଚଳ ହୋଇପଡିଛି ।
ସୁପରଷ୍ଟାର ଶାହରୁଖ ଖାନଙ୍କ ଅଭିନୀତ ଯୱାନର ଡିଷ୍ଟ୍ରିବ୍ୟୁସନ୍ ଦାୟିତ୍ୱ ନେଇଥିବା ଡିଷ୍ଟ୍ରିବ୍ୟୁଟର ୩ ସପ୍ତାହ ପାଇଁ ଓଡ଼ିଶାର ସମସ୍ତ ସିନେମା ହଲ୍ ସହିତ ଚୁକ୍ତି କରିଛନ୍ତି । ଯେଉଁଥିପାଇଁ ଓଡ଼ିଆ ଚଳଚ୍ଚିତ୍ର ରିଲିଜ୍ କରିବା ପାଇଁ ହଲ ମିଳୁନଥିବା ଅଭିଯୋଗ ଆଣିଛନ୍ତି ଓଡ଼ିଆ ପ୍ରଯୋଜକ । ବର୍ତ୍ତମାନ ଓଡ଼ିଶାରେ ହଲ ସଂଖ୍ୟା କମିବାରେ ଲାଗିଛି, ତେଣୁ ଗୋଟିଏ ଫିଲ୍ମ ପାଇଁ ଯଦି ସମସ୍ତ ହଲକୁ ବୁକ୍ କରାଯିବ, ଆଗକୁ ଓଡ଼ିଆ ଫିଲ୍ମ କେମିତି ରିଲିଜ୍ ହେବ, ତାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ପ୍ରଯୋଜକ । ତେବେ ଆଗରୁ ଯେଉଁ ନିୟମ ଥିଲା, ଓଡ଼ିଆ ଚଳଚ୍ଚିତ୍ରକୁ ୭ ସପ୍ତାହ ସ୍କ୍ରିନ୍ ମିଳିବ । ତାକୁ କଡ଼ାକଡ଼ି କରିବା ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି । ସେପଟେ ନିୟମ ଭାଙ୍ଗିଲେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଓଡ଼ିଆ ପ୍ରଯୋଜକ ।