fbpx
BSKY SKY
BSKY SKY

୧୦୦ ଫୁଟ ଗଭୀର ଖାଇ ମଧ୍ୟକୁ ଖସିଲା ପର୍ଯ୍ୟଟକ ବସ: ୮ ଜଣଙ୍କ ମୃତ୍ୟୁ, ୩୫ ଜଣ ଆହତ

BSKY

ନୂଆଦିଲ୍ଲୀ: ଦୁର୍ଘଟଣା କେତେବେଳେ ଆସିବ ତାହା କେହି କହିପାରିବେନି । ତେବେ ଏହା ମଧ୍ୟରେ ଏକ ବଡ଼ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି । ୫୯ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ସମୟରେ ଗୋଟିଏ ପର୍ଯ୍ୟଟକ ବସ୍ ଅଚାନକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ଘଟଣାସ୍ଥଳରେ ୮ ଜଣଙ୍କର ମୃତ୍ୟୁ ଘଟିଥିଲା । ଏଥିସହିତ ୩୫ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଊଟି ବୁଲି ସାରି ପର୍ଯ୍ୟଟକମାନେ ଘରକୁ ଫେରୁଥିବା ସମୟରେ ଏହି ଅଘଟଣା ଘଟିଥିଲା । ତାମିଲନାଡ଼ୁର ନୀଳଗିରି ଜିଲ୍ଲାର କୁନ୍ନୁର ନିକଟରେ ବସଟି ୧୦୦ ଫୁଟ ଗଭୀର ବିଶିଷ୍ଟ ଏକ ଖାଇ ମଧ୍ୟକୁ ଖସି ପଡ଼ିଥିଲା । ଏହି ଦୁର୍ଘଟଣା ଖବର ପାଇଁ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ସହିତ ଯାତ୍ରୀଙ୍କୁ ହସ୍ପିଟାଲକୁ ନେଇଥିଲେ । ମାତ୍ର ସେଠାରେ ଡାକ୍ତର ୮ ଜଣଙ୍କୁ ମୃତ ଘୋଷିତ କରିଥିଲେ ।

ସେହିପରି ଏହି ଦୁର୍ଘଟଣାରେ କିଛି ଯାତ୍ରୀଙ୍କର ଅବସ୍ଥା ଶୋଚନୀୟ ରହିଛି । ଏହି ଖବର ପାଇବା ପାଇଁ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଶୋକବ୍ୟକ୍ତ କରିବା ସହିତ ମୃତକଙ୍କ ପରିବାରବର୍ଗଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି । ଦୁର୍ଘଟଣାର ସଠିକ୍ କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ । ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ଓ ଜଣେ ନାବାଳିକା ରହିଥିବା ପୋଲିସ ପକ୍ଷରୁ କୁହାଯାଇଛି । ଯାତ୍ରୀମାନେ ଘରକୁ ଫେରୁଥିବା ସମୟରେ ଗାଡ଼ି ଚାଳକ ନିୟନ୍ତ୍ରଣ ହରାଇବା କାରଣରୁ ବସଟି ଖାଇ ମଧ୍ୟକୁ ଫସି ପଡ଼ିଥିଲା । ଅଧିକାଂଶ ଯାତ୍ରୀଙ୍କୁ ଚିକିତ୍ସା ପାଇଁ କୋଏମ୍ବାଟୁର ପଠାଯାଇଛି ।

Get real time updates directly on you device, subscribe now.