fbpx

ସ୍କୁଲ ବାଥ୍ରୁମରେ ସପ୍ତମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ କଲେ ଶିକ୍ଷକ

ଓଡ଼ିଶା ଭାସ୍କର: ଶିକ୍ଷକ ସାଜିଲା ଭକ୍ଷକ, କାମନା ନିଆଁରେ ଅନ୍ଧହୋଇ ସପ୍ତମ ଶ୍ରେଣୀ ଛାତ୍ରୀକୁ କରିଛି ଦୁଷ୍କର୍ମ। ଏପରି ଘଟଣା ଘଟିଛି ରାଜସ୍ଥାନର ଚୁରୁ ଜିଲ୍ଲାର ରତନଗଡ଼ ଥାନା ଅଞ୍ଚଳରେ । ଦୁଇ ଦିନ ତଳେ ସ୍କୁଲ ବାଥ୍ରୁମରେ ଦୁଷ୍କର୍ମ ଜଣେ ୧୨ ବର୍ଷୀୟା ଛାତ୍ରୀଙ୍କୁ କରିଛି ଦୁଷ୍କର୍ମ । ଅଭିଯୁକ୍ତ ସରକାରୀ ଶିକ୍ଷକ ମଦନଲାଲ ମେଘୱାଲର ବିରୋଧରେ ରତନଗଡ଼ ଥାନାରେ ଆଇପିସି ଓ ପୋକ୍ସୋ ଧାରାରେ ମାମଲା ରୁଜୁ ହୋଇଛି। ତେବେ କଥା ଏତିକିରେ ସରିନଥିଲା ସେହି ସମୟରେ ସେହି ସ୍କୁଲର ଅନ୍ୟ ଜଣେ ଶିକ୍ଷୟିକ ମଧ୍ୟ ପୀଡ଼ିତାଙ୍କୁ ନିର୍ଯାତନା ଦେଇଥିଲେ । ଅନ୍ୟ ଶିକ୍ଷକଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରାଯାଇଛି । ସେପଟେ ଶିକ୍ଷକ, ସଞ୍ଜୟ ସେହି ଛାତ୍ରଙ୍କୁ ମାଡ଼ ମାରି ବସ-ଉଠ କରିବାକୁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ପରେ ଛାତ୍ରୀ ଜଣକ ଦୁଇ ଦିନ ଧରି ଯନ୍ତ୍ରଣାରେ କାନ୍ଦୁଥିଲେ।

ଶନିବାର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ପରିବାର ଲୋକେ ତାଙ୍କୁ ପଚରାଉଚରା କରିବାରୁ ସେ ପୂରା ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ଘଟଣା ସମ୍ପର୍କରେ ଖବର ପାଇ ପରିବାର ଲୋକଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ସେମାନେ ତାଙ୍କୁ ରତନଗଡ଼ ଜିଲ୍ଲା ଡାକ୍ତରଖାନାକୁ ନେଇ ପୁଲିସକୁ ଖବର ଦେଇଥିଲେ। ଘଟଣା ସମ୍ପର୍କରେ ଖବର ପାଇ ସିଆଇ ସୁଭାଷ ବିଜରାନ ଜିଲ୍ଲା ଡାକ୍ତରଖାନାରେ ପହଞ୍ଚି ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ଛାତ୍ରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି।

ପୀଡ଼ିତା ପୋଲିସକୁ କହିଛନ୍ତି ଯେ ଦୁଇ ଦିନ ତଳେ ସ୍କୁଲ ଶିକ୍ଷକ ମଦନଲାଲ ମେଘୱାଲ ତାଙ୍କୁ ବାଥରୁମକୁ ନେଇଯାଇଥିଲେ। ସେଠାରେ ସେ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ସେହି ସମୟରେ ଜଣେ ଶିକ୍ଷକ ତାଙ୍କୁ ବସ-ଉଠ କରାଇଥିଲେ। ଏହି ଘଟଣା ପରେ ପୀଡ଼ିତା ଭୟଭୀତ ହୋଇ ଚୁପ୍ ରହିଥିଲେ । କିନ୍ତୁ ଯନ୍ତ୍ରଣା ଅତ୍ୟଧିକ ହେବାରୁ ସେ ମୁହଁ ଖୋଲିଥିଲେ। ଡାକ୍ତରୀ ବୋର୍ଡ ପକ୍ଷରୁ ଛାତ୍ରଙ୍କ ଡାକ୍ତରୀ ମାଇନା କରାଯିବ ବୋଲି ପୋଲିସ କହିଛି। ଏ ନେଇ ପୀଡ଼ିତାଙ୍କ ବାପା ପୋଲିସକୁ ଲିଖିତ ରିପୋର୍ଟ ଦେଇଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

Get real time updates directly on you device, subscribe now.