fbpx
BSKY SKY
BSKY SKY

ISROକୁ ମିଳିଲା କ୍ରମାଗତ ଦ୍ୱିତୀୟ ସଫଳତା: ଆଦିତ୍ୟ-ଏଲ୧କୁ ନେଇ ଆସିଲା ବଡ଼ ଖୁସି ଖବର

BSKY

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) କ୍ରମାଗତ ସଫଳତା ହାସଲ ଦିଗରେ ଅଗ୍ରସର ହୋଇ ଚାଲିଛି । ଏହା ମଧ୍ୟରେ ଇସ୍ରୋ ଏକ ବଡ଼ ଖୁସି ଖବର ପ୍ରଦାନ କରିଛି । ଏନେଇ ଅଫିସିଆଲ ‘ଏକ୍ସ’ ହ୍ୟାଣ୍ଡେଲରେ ଏକ ପୋଷ୍ଟ ଶେୟାର କରାଯାଇଛି । ସୂର୍ଯ୍ୟ ମିଶନ ଆଦିତ୍ୟ-ଏ୧କୁ ନେଇ ଏକ ବଡ଼ ଅପଡେଟ୍ ଆସିଛି ।

ଇସ୍ରୋ ମୁତାବକ, ଆଦିତ୍ୟ-ଏଲ୧ ବର୍ତ୍ତମାନ ସୁଦ୍ଧା ୯.୨ ଲକ୍ଷ କିମି ଦୂରତା ସ୍ଥିର କରି ସାରିଛି ଓ ସନ ପଏଣ୍ଟ ଏଲ୧କୁ ସନ୍ଧାନ କରୁଛି । ଆଦିତ୍ୟ-ଏଲ୧ ପୃଥିବୀର ପ୍ରଭାବୀ କ୍ଷେତ୍ରଠାରୁ ସଫଳତାର ସହ ସୁରକ୍ଷିତ ରହିବା ସହ ଏହି ଦୂରତା ସ୍ଥିର କରିଛି । କ୍ରମାଗତ ଦ୍ୱିତୀୟ ଥର ପାଇଁ ଇସ୍ରୋ ପୃଥିବୀର ପ୍ରଭାବୀ କ୍ଷେତ୍ର ବାହାରକୁ ମହାକାଶ ଯାନ ପଠାଇବାରେ ସଫଳ ହୋଇଛି । ପ୍ରଥମ ଥର ମାର୍ସ ଅର୍ବିଟର ମିଶନ (ମଙ୍ଗଳଯାନ)କୁ ଇସ୍ରୋ ପୃଥିବୀର ପ୍ରଭାବୀ କ୍ଷେତ୍ରରୁ ବାହାରକୁ ପଠାଇଥିଲା ।

ଆଦିତ୍ୟ-ଏଲ୧ ସୂର୍ଯ୍ୟ ମିଶନ ପୃଥିବୀ ଓ ସୂର୍ଯ୍ୟ ମଧ୍ୟରେ ରହିଥିବା ଲେରେଞ୍ଜ ପଏଣ୍ଟ ୧ ଅଭିମୁଖେ ବଢ଼ିସାରିଥିବା ନେଇ ଗତ ୧୯ ତାରିଖରେ ଅପଡେଟ୍ ମିଳିଥିଲା । ଅର୍ଥାତ ତା’ର ଟ୍ରାନ୍ସ ଲେରେଞ୍ଜିୟନ ପଏଣ୍ଟ ୧ ଇଂସର୍ଶନ (ଟିଏଲଆଇ୧) ସରିଥିଲା । ଏବେ ଆଦିତ୍ୟକୁ ମାତ୍ର ୧୧୦ ଦିନ ପର୍ଯ୍ୟନ୍ତ ଯାତ୍ରା କରିବାକୁ ଅଛି । ଆଦିତ୍ୟ-ଏଲ୧ ଠାରୁ ସୂର୍ଯ୍ୟର ପ୍ରଥମ ଛବି ଆସନ୍ତା ଫେବୃଆରୀ ବା ମାର୍ଚ୍ଚ ମାସରେ ମିଳିବ । ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ଆଷ୍ଟ୍ରୋଫିଜିକ୍ସ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଭିଇଏଲସି ସୂର୍ଯ୍ୟ ମିଶନରେ ଲାଗିଥିବା ବେଳେ ତାହା ସୂର୍ଯ୍ୟର ଏଚଡି ଫଟୋ ଉତ୍ତୋଳନ କରିବ । ଏଲ୧ର ଯାତ୍ରା ପୂରା ହହବା ପରେ ଆଦିତ୍ୟର ସମସ୍ତ ପେଲୋଡସ ଅନ କରାଯିବ ।

Get real time updates directly on you device, subscribe now.