fbpx

ମିଟିଂ ସାରି ଫେରୁଥିବା ବେଳେ ବିଧାୟକଙ୍କ ଗାଡ଼ିକୁ ବୋମାମାଡ଼

AAKASH

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେନ୍ଦୁଝର ବିଧାୟକ ମୋହନ ମାଝୀଙ୍କ ଗାଡ଼ିକୁ ବୋମାମାଡ଼ କରାଯାଇଥିବା ସୂଚନା ମିଳିଛି । ମିଟିଂ ସାରି ଫେରୁଥିବା ବେଳେ ତାଙ୍କ ଗାଡ଼ି ଉପରେ ଦୁଇଟି ବୋମାମାଡ଼ ହୋଇଥିବା ସୂଚନା ମିଳିଛି । କେନ୍ଦୁଝର ଟାଉନ୍ ଥାନା ମଣ୍ଡୁଆ ନିକଟରେ ଏହା ହୋଇଥିବା ଜଣାପଡ଼ିଛି । ବାଇକ୍ ରେ ଦୁଇ ଜଣ ଦୁର୍ବୃତ୍ତ ଆସି ୨ଟି ବୋମାମାଡ଼ କରିଥିବା ସୂଚନା ମିଳିଛି । ତେବେ ଏଥିରେ ବିଧାୟକଙ୍କ ଗାଡ଼ି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି ଏବଂ ବିଧାୟକ ସୁରକ୍ଷିତ ଅଛନ୍ତି । ଏନେଇ ବିଧାୟକଙ୍କ ପକ୍ଷରୁ ଟାଉନ୍ ଥାନାରେ ଅଭିଯୋଗ ହୋଇଛି ।

Get real time updates directly on you device, subscribe now.